Odisha news

ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡ଼ଲେ ଙ୍କ ଗଣ ଅଣ୍ଡାଦାନ ପର୍ବ ଜାରି। ଦୁଇ ଦନରେ 99 ହଜାର 27 ଟି ମା କଇଁଚ ଙ୍କ ଗଣ ଅଣ୍ଡାଦାନ।

0
ଗଞ୍ଜାମ: ବିଶ୍ୱମାନଚିତ୍ରରେ  ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭ ରିଡ଼ଲେ ଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ଗଂଜାମ ବ୍ଲକ ର ପୁରୁଣା ବନ୍ଧ ଠାରୁ ପୋଡମ ପେଟା ଗ୍ରାମ ସମୁଦ୍ର ବେଳାଭୂମି ମଧ୍ୟରେ   ମା କଇଁଚ ଙ୍କ ଗଣ ଅଣ୍ଡାଦାନ ପର୍ବ ଶନିବାର ବଢି ଭୋର ସମୟରୁ ଆରମ୍ଭ ହୋଇଛି।ଯାହାକୁ ନେଇ ବନବିଭାଗ, ପରିବେଶବିତ,ଗଣ ମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଶନିବାର ଭୋର 3 ଟା ଠାରୁ  ହଜାର ହଜାର ସଂଖ୍ୟାରେ ମା କଇଁଚ ମନେ ସମୁଦ୍ର ମଧ୍ୟରୁ ବେଳାଭୂମିର ବାଲୁକା ଶଯ୍ୟା ମଧ୍ୟକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି।ପ୍ରଥମ ଦିନ   48 ହଜାର 8 61ଟି କଇଁଚ ଓ ଦ୍ଵିତୀୟ ଦିନ 50 ହାଜର 166 ଟି ମା କଇଁଚ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ  ସୂଚନା ମିଳିଛି।
ଏହି ଗଣ ଅଣ୍ଡାଦାନ ପର୍ବ ଆହୁରୁ ତିନି ଚାରି ଦିନ ପର୍ଯ୍ୟନ୍ତ ଏହି ପର୍ବ ଚାଲିବ ବୋଲି ଆଶା କରାଯାଉଛି। ଅଲିଭ ରିଡ଼ଲେ ମା କଇଁଚ ମାନେ ହଜାର ହଜାର ସଙ୍ଖ୍ୟାରେ ସମୁଦ୍ର ର ନୀଳ ଜଳରାଶି ମଧ୍ୟରୁ ବେଳାଭୂମି ଉପରକୁ ଉଠି ଆସି  ବାଲୁକା ଶଯ୍ୟାରେ  ଅଣ୍ଡା ଦେବା ପରେ ସେହି ଅଣ୍ଡା ଦେଇଥିବା ସ୍ଥାନକୁ ବାଲି ଘଡାଇଦେବା କରି ପୁଣି ଗୁରୁଣ୍ଡି ଗୁରୁଣ୍ଡି ସେହି ସମୁଦ୍ରର ନୀଳ ଜଳରାଶି ମଧ୍ୟକୁ ପୁଣି ଚାଲି ଯାଉଥିବା ଦେଖିବାକୁ ମିଳେ।  ଏମାନେ ନଭେମ୍ବର ମାସ ଠାରୁ ମଇ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ରହିଥାନ୍ତି।ନଭେମ୍ବର ମାସ ରେ ହଜାର ହଜାର କିଲୋମିଟର ସମୁଦ୍ର ର ଜଳପଥ ଅତିକ୍ରମ କରି ଏମାନେ ଓଡ଼ିଶାରେ ପହଂଚିବା ପରେ ସମୁଦ୍ର ର ନିଳଜଳ ରାଶି ମଧ୍ୟରେ ଏମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୁଏ। ବ୍ରେବ୍ରୁଆରୀ ର ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ମାସ ରେ ଗଣ ଅଣ୍ଡାଦାନ ପର୍ବ ହୋଇଥାଏ। ପରେ ମଇ ମାସରେ ଏମାନେ ଓଡ଼ିଶା ଛାଡ଼ିଥାନ୍ତି।
ଚଳିତ ବର୍ଷ ଗଣ ଅଣ୍ଡାଦାନ ପର୍ବକୁ ଦୃଷ୍ଟିରେ ରଖି ଡି ଏଫ ଓ ଅମ୍ଳାନ ନାୟକ,ଆର ସି ସି ଏଫ ବ୍ରହ୍ମପୁର ସର୍କଲ ପ୍ରଶାନ୍ତ କୁମାର ମିଶ୍ର,ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ପ୍ରମୁଖ ବନ ଅଧିକାରୀ  ବେଳାଭୂମିରେ ପହଞ୍ଚି ସେମାନଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ଓ ଗଣତି ନେଇ ଦୃଷ୍ଟି ରଖିଛନ୍ତି।ସେହିପରି ରମ୍ଭା ଫରେଷ୍ଟର ସୋମନାଥ ମଲ୍ଲିକ ଙ୍କ ତତ୍ୱାବଧାନରେ ପୁରୁଣାବନ୍ଧ ଗ୍ରାମ ସ୍ଥିତ ଗଙ୍ଗାଦେବୀ ମନ୍ଦିର ସଂମ୍ମୁଖ ଋଷିକୂଲ୍ୟା ମୁହାଁଣ ଠାରୁ ବଟେଶ୍ୱର ମନ୍ଦିର ସଂମ୍ମୁଖ ସମୁଦ୍ର  ବେଳାଭୂମୀ ମଧ୍ୟରେ 50 ଟି ସେଗମେଣ୍ଟ କରାଯାଇ ସେଠାରେ ବନ କର୍ମଚାରୀ ମାନଙ୍କ ସହ ସ୍ଥାନୀୟ ଲୋକଙ୍କୁ ମୁତୟନ କରାଯାଇ  କଇଁଚ ମାନଙ୍କ ଗତିବିଧି ଲକ୍ଷ କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ଯାଉଛି। ରମ୍ଭା ଫରେଷ୍ଟ ଗାର୍ଡ ଲବ କୁମାର ପାତ୍ର,ବି.କ୍ରିଷ୍ଣା ରାଓ,ପ୍ରସାଦ କୁମାର  ବେହେରା,ଦୀନବନ୍ଧୁ ବେହେରା,କୃଷ୍ଣଚନ୍ଦ୍ର ବେହେରା,ପି.ସୋମନାଥ ରାଓ,ଜଗନ୍ନାଥ ଜନସନ ପ୍ରମୁଖ ବନ କର୍ମଚାରୀ ପ୍ରମୁଖ ଦାୟିତ୍ୱରେ ରବିଛନ୍ତି। ସୁବ୍ରତ ବେହରା ଅଲିଭ ରିଡ଼ଲେ ଙ୍କ ଗଣନା ର ହିସାବ ରକ୍ଷକ ଭାବେ ଦାୟିତ୍ୱ ରେ ରହିଛନ୍ତି।
ଅନ୍ୟପଟେ କରୋନା ଭାଇରସ ର ଭୟ ରହିଥିବାରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମୁଦ୍ରିକ କଇଁଚ ଗଣ ଅଣ୍ଡାଦାନ ସ୍ଥଳକୁ କୌଣସି ଲୋକଙ୍କୁ ନ ଛାଡିବା ପାଇଁ ନିର୍ଦେଶ ଦେଇଛନ୍ତି।ଯାହାକୁ ନେଇ ଗୋଖର କୁଦା ଗ୍ରାମ ନିକଟରେ ଗାର୍ଡ ମୁତୟନ କରାଯାଇ କାହାରିକୁ ସମୁଦ୍ର ବେଳାଭୂମି କୁ ଛଡାଯାଉ ନଥିବା ଦେଖିବାକୁ ମିଳିଛି। ସାମୁଦ୍ରିକ କଇଁଚ ସୁରକ୍ଷିତ ଗଣ ଅଣ୍ଡାଦାନ କୁ ଦୃସ୍ତୁରେ ରଖି ପୂର୍ବରୁ ବହୁ ସ୍ବେଛାସେବୀ ସଙ୍ଗଠନ ବେଳାଭୂମି ସଫେଇ କରିଥିଲେ।
      ବର୍ତ୍ତମାନ ସମୁଦ୍ର ବେଳାଭୂମି ନିକଟ ସମୁଦ୍ର ମଧରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ ରିଡ଼ଲେ ମା କାଇଁଚ ମାନେ ଗଣ ଅଣ୍ଡାଦାନ କରିବା ପାଇଁ ଅପେକ୍ଷା କରିଥିବା ଦେଖିବାବାକୁ ମିଳିଛି।
    ସୂଚନା ଥାଉକି 2010 ଓ 2013 ମସିହାରେ ଦିନ ବେଳା ସମୁଦ୍ର ବେଳାଭୂମି ର  ବାଲୁକା ଶଯ୍ୟାରେ ସାମୁଦ୍ରିକ କଇଁଚ ଙ୍କ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଚଳିତ ବର୍ଷ ଶନିବାର ଦିନବେଳା ହଜାର ହଜାର ସଂଖ୍ୟାରେ ଅଲିଭ ରିଡ଼ଲେ ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଲକ୍ଷାଧିକ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଚ ଗଣ ଅଣ୍ଡାଦାନ କରିବେ ବୋଲି ଆଶା କରାଯାଉଛି।
Leave A Reply