Odisha news

ଜନତା କର୍ଫ୍ୟୁର ପ୍ରଭାବ, କୋରେଇ ଅଂଚଳର ସମସ୍ତ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ

0

କୋରେଇ୨୨ା୦୩ (ସବ୍ୟୁ) ସାରା ବିଶ୍ୱକୁ କରୋନା ଭାଇରସ ଆତଙ୍କିତ କରିଥିବା ବେଳେ ଭାରତରେ ଏହି ସଂକ୍ରମଣ ଧିରେଧିରେ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଦେଶବାସୀ ଏବେ ଭୟଭୀତ । ଫଳରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ରବିବାରକୁ ଜନତା କର୍ଫ୍ୟୁ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ପାଳନ କରିବା ଲାଗି ନିବେଦନ କରିଥିଲେ ।

ଏହାକୁ ସମ୍ମାନ ଜଣାଇ ସାରାଦେଶ ପାଳନ କରୁଥିବା ବେଳେ କୋରେଇ ଅଂଚଳର ବ୍ୟବସାୟୀ ମାନେ ସ୍ୱତପୃତ ବାଭେ ନିଜର ଦୋକାନ ବଜାର ବନ୍ଦ ରଖିଥିବା ବେଳେ କେବଳ ଓøଷଧ ଦୋକାନ ଗୁଡ଼ିକ ଖୋଲା ରହିଥିଲା । ଏବଂ ସମସ୍ତ ଜନ ସାଧାରଣ ନିଜନିଜ ଘରେ ରହି ଅପରାହ୍ନ ୫ ଟା ସମୟରେ ୫ ମିନିଟି ଘଂଟ, ଘଂଟା ବଜାଇ କରୋନା ଦାଉରୁ ଦେଶ ଏବଂ ନିଜକୁ ରକ୍ଷା ପାଇବା ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave A Reply