ଖଲ୍ଲିକୋଟ–୨୨/୦୨–କରନା ଭାଇରସ ବିରୋଧ ରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ହେଉଛି ।ତାହାର ପ୍ରଭାବ ଖଲ୍ଲିକୋଟ ରେ ମଧ୍ୟ ଦେଖିବାକୁ ମିଳିଛି ।ଗାଡି ମୋଟର ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା ।ରାସ୍ତାଘାଟ ସମ୍ପୂର୍ଣ୍ଣ ଜନଶୁନ୍ୟ ହୋଇପଡିଥିଲା ।
ଚାରିଆଡେ ରାଜୁତି କରୁଥିଲା ଏକ ଅସମ୍ଭବ ନୀରବତା ।ସମସ୍ତେ ଘରେ ରହିଥିବା ବେଳେ ରାସ୍ତାରେ ପୋଲିସ ଗାଡି ପାଇଁତରା ମାରୁଥିଲା ।ସନ୍ଧ୍ୟା ୫ଟା ରେ ଲୋକମାନେ ନିଜ ନିଜର ଘର ବାଲ୍କୋନି ରେ ଛିଡ଼ା ହୋଇ ଘଣ୍ଟ, ଘଣ୍ଟି, ଥାଳି, ତାଳି ପ୍ରଭୃତି ବଜାଇ ଦାୟିତ୍ୱ ସମ୍ପର୍ଣ୍ଣ କରୁଥିବା ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ଖଲ୍ଲିକୋଟ ରେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ରେ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଙ୍କ ନେତୃତ୍ୱରେ ପୋଲିସ ଗାଡି ପାଇଁତରା ମାରୁଥିଲା ।୧୬ ନମ୍ବର ଜାତୀୟ ରାଜପଥ ରେ ଦୂରଗାମୀ କେତେକ ଟ୍ରକ ଚାଲୁଥିବା ବେଳେ ସମ୍ପୂର୍ଣ୍ଣ ରାଜପଥ ସୁନସାନ ହୋଇପଡିଥିଲା