Odisha news

12 ବର୍ଷ ହେଲା ଫେରାର ଦୁଷ୍କର୍ମ ଅଭିଯୁକ୍ତ କୁ କାବୁ କରି କୋର୍ଟ ଫର୍ୱାର୍ଡ କଲା ଗଞ୍ଜାମ ଥାନା ପୋଲିସ

0
ଗଞ୍ଜାମ  : 12ବର୍ଷ ହେଲା ଫେରାର ଥିବା ଜୈନେକ ଦୁଷ୍କର୍ମ ଅଭିଯୁକ୍ତ କୁ କାବୁ କରି କୋର୍ଟ ଫର୍ୱାର୍ଡ କରିଛି ଗଞ୍ଜାମ ଥାନା ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁ ର ଚନ୍ଦ୍ର ପଲାଇ ଙ୍କ ପୁଅ ବିନୋଦ ପଲାଇ (45) l ପ୍ରାପ୍ତ ସୂଚନାନୁଯାୟୀ 29.3.2010 ମସିହାରେ ବିନୋଦ ଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା l ସେହିଦିନ ଠାରୁ ପୋଲିସ କୁ ଚକମା ଦେଇ ସେ ଫେରାର ରହିଥିଲେ l କୌଣସି ସୂତ୍ର ରୁ ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ର ସମୟରେ ଅଗସ୍ତି ନୁଆଁଗାଁ କୁ ପୋଲିସ ଟିମ ପହଞ୍ଚି କୌଶଳକ୍ରମେ ଅଭିଯୁକ୍ତ ଙ୍କୁ ମାଡ଼ିବସିଥିଲେ l ଏନ ବି ଡ଼ବ୍ଲ୍ୟୁ ଏକ୍ସକ୍ୟୁଟେସନ
ଏସଟି 31/10, କେସ ନମ୍ବର 17/10 ରେ 450/376/506 ଦଫାରେ ଅଭିଯୁକ୍ତ ଙ୍କୁ ବୁଧବାର କୋର୍ଟ ଫର୍ୱାର୍ଡ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି l
Nalco
Leave A Reply