ରମ୍ଭା . ଦିନ 10.1.21 ରବିବାରଦିନ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ କ୍ରମାଗତ 5 ଦିନ ଅବସରରେ ଗଞ୍ଜାମ ପ୍ରିମୟର ଲିଗ (GPL)ର ରମ୍ଭା ଟିମ ସହିତ ବ୍ରହ୍ମହପୁର କ୍ରିକେଟ ଟିମ ସହିତ ଖେଳ ଅନୁଷ୍ଠିତ ହୋଇଥିଲା. ଏଥିରେ ବ୍ରହ୍ମହପୁର ଭରସେସ ରମ୍ଭା ରାଇଜିଙ୍ଗ ଷ୍ଟାର ଟଚ ଜିତିକି ରମ୍ଭା ରାଇଜିଂ ଷ୍ଟାର 5ଵିକେଟ ବିନିମୟରେ 20 ଓ଼ଭେର ହରାଇ 162 ରନ କରିଥିଲେ, ଏହାର ଜବାବରେ ବ୍ରହ୍ମହପୁର ବ୍ଲଷ୍ଟର 2 ଓଭର ବାକି ଥାଇ 5 ଵିକେଟରେ 163 ରନରେ ବିଜୟୀ ହୋଇଥିଲେ. ବ୍ରହ୍ମହପୁର ବ୍ଲାଷ୍ଟର ସିଦ୍ଧାନ୍ତ ଖାଖା 47 ବଳରେ 84ରନର ମ୍ୟାନ ଅଫ ମ୍ୟାଚ ପାରି ଖେଳିଥିଲେ. ମ୍ୟାଚକୁ ପରିଚାଳନା କରିଥିଲେ ଅମ୍ପାୟାର କରିଥିଲେ ସିମାଞ୍ଚଳ ବଡ଼ଟିୟା ସନ୍ତୋଷ ସାହାଣୀ ଓ ହିମାଂଶୁ ବୈଠାରୁ. ଅପରାହ୍ନ ରେ ଏକ ସଭା ଆୟୋଜନ କରାଯାଇ ଉପସ୍ଥିତ ଖେଳାଳିତଥା ଆୟୋଜକ ମାନଙ୍କୁ ଗଞ୍ଜାମ ଅଡିସିନଲ (ASP)ଏସପି ଠାକୁର ପ୍ରସାଦ ପାତ୍ର ନିଜ ଅଭିଭାଷଣ ମଧରେ ରମ୍ଭା ଭଳି ସ୍ଥାନରେ G.P.L. ମ୍ୟାଚରେ (ପ୍ରିମୟର ), ଗ୍ରାମାଞ୍ଚଳ ଖେଳାଳି ମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ରହିବା ଶାନ୍ତି ଶୃଙ୍ଖଳା ପରିଚାଳନା ସହ ଏହି ଖେଳ ଦେଶ ବିଦେଶରେ ସ୍ଥାନିତ ହୋଇପାରିବ ତାକୁ ଦୃଷ୍ଟି ଦେବା ପାଇଁ ଆହ୍ୱାନ ଦେଇଥିଲେ. ଅନ୍ୟ ମାନଙ୍କ ମଧରେ, ରମ୍ଭା ଇଇସି କୃଷ୍ଣଚନ୍ଦ୍ର ସେଠୀ, G.P.L ର ଅଧ୍ୟକ୍ଷ ବିବେକା ନନ୍ଦ ପଟନାୟକ, ନାରାୟଣ କାଜୁ କମ୍ପାନୀମାଲିକ ରାଜେନ୍ଦ୍ର ପୃଷ୍ଟି, G.P.L ସଭାପତି ବାପୁଜୀ ସୁବୁଦ୍ଧି ଓ ଗଣମାଧ୍ୟମ ପ୍ରତିନିଧି ମାନେ ମଂଚାସୀନ ହୋଇଥିଲେ. ପରିଶେଷରେ କୃତକାର୍ଯ୍ୟ କ୍ରିକେଟ ଟିମ କୁ କୃଷ୍ଣଚନ୍ଦ୍ର ସେଠୀ ସଂଗୀତ ଗାନ ମାଧ୍ୟମରେ ଉଚ୍ଛାହିତ କରିଥିଲେ