ବୋରିଗୁମ୍ମା (କେ.ସାକିଲି ଦୋରା)- ବୋଝ ଉପରେ ନଳିତା ବିଡା। ଚାଷୀ ଙ୍କୁ ଘାରିଲା ରୁଣ ଚିନ୍ତା।ପ୍ରଥମେ କରୋନା ଆଉ ଏବେ କେନାଲ ହୁଡା ଭାଙ୍ଗିବା ଦ୍ବାରା ଚାଷୀଙ୍କ ଚିନ୍ତା ଏବେ ଦୁଇଗୁଣ। କରୋନା ମାଡରେ ଅଣ ନିଶ୍ୱାସୀ ହୋଇଥିବା ଚାଷୀ ର ଉପରେ ଏବେ ଦାଉ ସାଜିଲା ମୁଖ୍ୟ କେନାଲ ।ହେଲେ ସେହି କେନାଲ ର ଆଢ଼ିବନ୍ଧ ଭୁଶୁଡି ଶହ ଶହ ହେକ୍ଟର ଚାଷ ଜମି ଜଳ ମଗ୍ନ ଆଉ ବାଲି ଚର ଯାହାକୁ ନେଇ ଏବେ ଚିନ୍ତାରେ ଜୟପୁର ବ୍ଲକ ଏକଟାଗୁଡ଼ା ପଞ୍ଚାୟତ ର ଶହ ଶହ ଚାଷୀ ଦେଖିବା ଏହି ରିପୋର୍ଟ।
କରନା ପାଇଁ ଚାଷୀ ମନ ରେ ଯେତେ ଛନକା ପସିଥିବା ବେଳେ ଏବେ ଦାଉଁ ସାଜିଲା କେନାଲ ହୁଡା। କରୋନା ପାଇଁ ଚାଷବାସ ଠପ୍ ହୋଇଯାଇଥିବା ବେଳେ ଏବେ ଧୀରେ ଧୀରେ ଚାଷ କରି ସୁନାରଫସଲ ବୁଣି ପରିବାର ଭରଣ ପୋଷଣ କରି କିଛି ବ୍ୟାଙ୍କ ରୁଣ ସୁଝିବ ବୋଲି ଆଶା ରଖିଥିଲା ଚାଷୀ।କେନାଲ ହୁଡା ଭାଙ୍ଗି ଏବେ ହେକ୍ଟର ହେକ୍ଟର ଚାଷ ଜମିରେ ରେ କେନାଲ ପାଣି ପଶିବା ପରେ ଏବେ ଧାନ ଜମି ଦେଖାଯାଉ ନାହିଁ।ସତେକି ଏବେ ଚାଷୀ ଙ୍କ ସୁବିଧା ପାଇଁ କୋଲାବ ଜଳ ପ୍ରକଳ୍ପ ତରଫରୁ କେନାଲ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଏହି ଜଳ କୁ ଦେଖି ଚାଷୀ ସୁନାର ଫସଲ ଉତ୍ପାଦନ ହେବା ନେଇ ଉଦ୍ୟମ ଜାରୀ ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ନୀତି ଯୋଗୁଁ ୩୦ ରୁ ୪୦ ବର୍ଷର ଦୁର୍ବଳ କେନାଲ ଟି ଭୁଷୁଳି ପଡିଛି । ଦୀର୍ଘ ବର୍ଷ ହେବ ମରାମତି ଅଭାବ ରୁ ଏପରି ଘଟଣା ଘଟିଥିବା ବେଳେ ମୁଖ୍ୟ କେନାଲ ର ଏକଟାଗୁଡ଼ା ନିକଟରେ ୨୦ ଫୁଟ ଉଚ୍ଚ ର ଆଡ଼ି ବନ୍ଦ ଭୁଷୁଳି ପଡ଼ିଛି ।ଫଳରେ ଉଭୟ ପଟେ ୫୦୦ ଏକର ରୁ ଅଧିକା ଜମିରେ ଚାଷୀ ରୋପଣ କରିଥିବା ବେଳେ ଉକ୍ତ ଜମିରେ ପାଣି ମାଡ଼ି ଯାଇ ୫୦ ଫୁଟ ଓସାର ବିଶିଷ୍ଟ ଘାଇ ସୃଷ୍ଟି ହେଇଛି
ସେପଟେ କୋଲାବ ଜଳସେଚନ ବିଭାଗ ତରଫରୁ ଗ୍ରାମାଞ୍ଚଳର ଚାଷୀଙ୍କୁ ଚାଷ କ୍ଷେତ୍ରରେ ଅଧିକ ଲାଭବାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନାଲ ର ସଂଯୋଗୀକରଣ କରିଛି ବିଭାଗ ।ଏହା ଦ୍ଵାରା ଚାଷୀ ଙ୍କ ଜମି କୁ ମାଡୁଛି ଜଳ।ସେପଟେ ନିଜ ଚାଷ ଜମି କୁ ଜଳ ମାଡ଼ିବା ପାଇଁ ବର୍ଷ ବର୍ଷ ଧରି ଜଳ କର ବାନ୍ଧି ଆସୁଛନ୍ତି ଚାଷୀ। କିନ୍ତୁ ବିଭାଗ ତରଫରୁ ସଠିକ ଭାବେ କେନାଲ ର ମରାମତି ଅଭାବ ରୁ ଦୁର୍ବଳ ହୋଇପଡିଛି କେନାଲ ଯାହାର ଫୋଳ ସ୍ୱରୂପ ଏଭଳି କେନାଲ ର ଆଡ଼ି ବନ୍ଦ ଭୁସୁଡୁଛି ଓ ଚାଷ ବି ନଷ୍ଟ ହେଉଛି ।
