ଗଞ୍ଜାମ:4,6 : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଚିଲିକା କୂଳରେ ରହିଥିବା ଝାରେଡ଼ି ରାଧାଗୋବିନ୍ଦ ପୁର ଗ୍ରାମ ରେ ଦୀର୍ଘଦିନ ହେଲା। ବାତ୍ୟା ଆଶ୍ରୟସ୍ଥଳୀଟିଏ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରି ନାହିଁ।ଫଳରେ ଲୋକ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।ଏ ନେଇ 15 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ଏକ ବର୍ଷ ହେବ ଲିଖିତ ଭାବେ ଜିଲ୍ଲା ପ୍ରଶାସନ କୁ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରକାଶ ଯୋଗ୍ୟଯେ ସାଧାରଣତଃ ଏହି ଗ୍ରାମଟି ଚିଲିକା କୂଳରେ ଅବସ୍ଥିତ
ଏହି ଗ୍ରାମରେ 218 ଟି ପରିବାର ବସବାସ କରିଥାନ୍ତି।ଗ୍ରାମର କୌଣସି ସେହିଭଳି କୋଠଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀ ନାହିଁ। ଫଳରେ ବାତ୍ୟା ସମୟରେ ଅଞ୍ଚଳବାସୀ ଘୋର ଅସୁବିଧାର ସଂମ୍ମୁଖୀନ ହୋଇଥାନ୍ତି। ସୂଚନା ଥାଉକି 1999 ମସିହା ମହାବାତ୍ୟା ସମୟରେ ଏହି ଗ୍ରାମର 53 ଜଣ ଙ୍କ ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ସେହିପରି ଫାଇଲିନ,ହୁଡହୁଡ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଞ୍ଚଳବାସୀ ଅସୁବିଧା ର ସଂମ୍ମୁଖୀମ ହୋଥିଲେ। କିନ୍ତୁ ଅଞ୍ଚଳବାସୀଙ୍କ ସେଠାରୁ ସ୍ଥାନାନ୍ତର ପାଇଁ ବାତ୍ୟା ଆଶ୍ରୟ ସ୍ଥଳି ନ ଥିବା ଫଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ସବୁ ସମସ୍ୟା ଦୃଷ୍ଟିରୁ ଉକ୍ତ ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଦାବୀ ହୋଇଛି।