ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ସାନରମଚନ୍ଦ୍ରପୁର-ରାଜୁଢ଼ାବା ୧୬ ନମ୍ବର ଜାତୀୟ ରାଜପଥ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରକର କୌଣସି କାରଣରୁ ନିଆଁ ଲାଗିଯାଇଥିଲା।ଯାହାକୁ ନେଇ କେବିନରେ ଧୁଆଁ ରେ ଭର୍ତ୍ତି ହୋଇଯିବାରୁ ଡ୍ରାଇଭର ଅନିଲ କୁମାର ଟ୍ରକ ରଖି ହେଲପର କୁ ଟ୍ରକରୁ ବାହାରକୁ ଡେଇଁପଡିବାକୁ କହିବା ସହ ସେ ନିଜେ ମଧ୍ୟ ଟ୍ରକରୁ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରକ ଟି ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା। ଖବର ପାଇ ରମ୍ଭାରୁ ଅଗ୍ନିଶମ ବିଭାଗ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଖବର ପାଇ ରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି।