Odisha news

ଅସରାଏ ବର୍ଷାରେ ଜଳାର୍ଣ୍ଣବ ବେଗୁନିଆପଡ଼ା

0

ଉପଯୁକ୍ତ ଡ଼୍ରେନଜ୍ ସିଷ୍ଟମ ନ ଥିବାରୁ ଅସରାଏ ବର୍ଷାରେ ବେହାଲ ହୋଇଯାଉଛି ବେଗୁନିଆପଡ଼ା ମୁଖ୍ୟ ରାସ୍ତା । ବୁଧବାର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ବେଗୁନିଆପଡ଼ା ମୁଖ୍ୟ ରାସ୍ତାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପି. ଡ଼ବ୍ଲୁ.ଡ଼ି. ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ଗଢ଼ି ଉଠିଥିବା ଦୋକାନ ବଜାରର ଅଳିଆ ଆବର୍ଜନା ଗୁଡ଼ିକ ସଠିକ୍ ଭାବରେ ବିନ୍ୟାସ କରାଯାଉନି ଏବଂ ରାସ୍ତାର ଉଭୟ ପାଶ୍ୱର୍ରେ ଡ଼୍ରେନଜ୍ ବ୍ୟବସ୍ଥାନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି । ଫଳରେ ଅସରାଏ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବା ସହ ଯାନ ବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିଲେ ମଧ୍ୟ ଏ ନେଇ ପ୍ରଶାସନ ତରଫରୁ କୋ÷ଣସି ପଦକ୍ଷେପ ନିଆଯାଉ ନଥିବାରୁ ବେଗୁନିଆପଡ଼ା ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply