ବାଲେଶ୍ୱର-୦୫/୦୨-କେରଳର ବାସିନ୍ଦା ଏ. ଆମଜାଦ୍ ଖାଁ ଓ ତାଙ୍କ ପତ୍ନୀ ସାଲିନା ଏନ୍. ଯାହାଙ୍କର ବର୍ତ୍ତମାନ ଠିକଣା ଏସ୍.ଆର୍.କେ. ଫ୍ଲାଟ୍ ପାଖ, ହସପିଟାଲ, ଭାଲିକୋଡ଼ା, ନେଦୁମାନଗଡ଼ । ସେମାନେ ଗୋଟିଏ ପିଲାକୁ ପୋଷ୍ୟକନ୍ୟା ରୂପେ ଗ୍ରହଣ କରିବା ସକାଶ , ସରକାରୀ ନିୟମାନୁସାରେ ଅନଲାଇନ୍ରେ ପୂର୍ବରୁ ଦରଖାସ୍ତ କରିଥିଲେ । ସେହି ଦରଖାସ୍ତ ଆଧାରରେ ବିଚାର କରାଯାଇ ଆଜି ଉକ୍ତ ଦମ୍ପତ୍ତି ବାଲେଶ୍ୱର ଶିଶୁମଙ୍ଗଳ କମିଟି ଅଧୀନରେ ଥିବା ନିର୍ମଳା ଶିଶୁ ଭବନରେ ରହୁଥିବା ଏକ ଶିଶୁକନ୍ୟା (ଯାହାର ବୟସ ଦେଢ଼ବର୍ଷ)କୁ ପୋଷ୍ୟକନ୍ୟା ରୂପେ ବାଲେଶ୍ୱର ଶିଶୁମଙ୍ଗଳ କମିଟି ଅଫିସରୁ ଗ୍ରହଣ ଥିଲେ । ଏହି ସମୟରେ ଶିଶୁମଙ୍ଗଳକମିଟିର ଅଧ୍ୟକ୍ଷ ଭାଗିରଥି ବାରିକ, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଆଶିଷ କୁମାର ଘୋଷ, ଗଣେଶ୍ୱର ରାଉତଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟ୍ର ସତ୍ୟରଞ୍ଜନ ସ୍ୱାଇଁ,ଏଲ୍ପି. ଓ ମୁକ୍ତିକାନ୍ତ ପଣ୍ଡା, ଅଫିସ୍ ସହାୟକ ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।