Odisha news

ଜାଲ୍ ପ୍ରମାଣ ପତ୍ରରେ ବିବାହ କଲେ ପ୍ରେମୀ ଯୁଗଳ! କନ୍ୟା ଘରର ଗୁହାରିକୁ ଶୁଣିଲେନି ପୂଜକ

0

ନୀଳଗିରି -୦୫/୦୨ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନୀଳଗିରି ସଜନାଗଡ଼ସ୍ଥିତ ମା ଚଣ୍ଡି ମନ୍ଦିରରେ ପ୍ରେମୀ ଯୁଗଳ ବିବାହ କରିଥିବା ବେଳେ ଝିଅର ପରିବାର ଲୋକେ ଚଣ୍ଡି ମନ୍ଦିରରେ ଥିବା ମୁଖ୍ୟ ପୂଜକଙ୍କୁ ବିବାହ ନ କରିବା ପାଇଁ ବହୁ କାକୁତି ମୀନତି କରିଥିବା ବେଳେ ପୂଜକ ସେମାନଙ୍କ କଥା ନଶୁଣି ପୁଅ ଝିଅଙ୍କର ଜାଲ୍ ପ୍ରମାଣ ପତ୍ରରେ ବାହାଘର କରାଇଥିବାର ଝିଅ ଘର ଲୋକେ ଅଭିଯୋଗ ଆଣିଛନ୍ତି । ଏପରିକି ଉକ୍ତ ବାହାଘରକୁ କେନ୍ଦ୍ରକରି ଝିଅ ଘରର ପରିବାର ଲୋକେ ପାଟିତୁଣ୍ଡ କରିଥିବାର ଶୁଣିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସଦର ଥାନା ଅଧିନସ୍ଥ ରସାଳପୁର ଅଞ୍ଚଳର ଭୀମପୁର ଗ୍ରାମର ସୁକାନ୍ତ ଦାସର ଝିଅ ନମୀତା (ଛଦ୍ମନାମ) ରସାଳପୁର କଲେଜର ଯୁକ୍ତ୩ ଶେଷ ବର୍ଷରେ ପଢ଼ୁଥିବା ବେଳେ ଗତ ୩ ତାରିଖ ଦିନ ବାଲେଶ୍ୱର ବାଲିଆ ସମଲପୁର ଅଞ୍ଚଳର ସର୍ଜୁ ସିଂହର ପୁଅ ଜୟନ୍ତ କଲେଜରୁ ଅପହରଣ କରି ନେଇଥିବାର ଝିଅ ଘରର ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ । ବୁଧବାର ଦିନ ଉଭୟ ପୁଅ ଝିଅ ସଜନାଗଡ଼ ଚଣ୍ଡି ମନ୍ଦିରରେ ବିବାହ କରିଥିବା ବେଳେ ଝିଅର ବୟସକୁ ନେଇ ଏବେ ଦ୍ୱନ୍ଦ ଦେଖାଯାଇଛି । ଖବର ପାଇ ଝିଅର ପରିବାର ଲୋକେ ମନ୍ଦିରରେ ପହଞ୍ଚି ଝିଅର ବୟସ ହୋଇନାହିଁ ବୋଲି କହିବା ସହ ବାହାଘର ବନ୍ଦକରନ୍ତୁ ବୋଲି ପୂଜକକୁ ନେହୁରା ହୋଇଥିଲେ , ମାତ୍ର ପୂଜକ ସେମାନଙ୍କ ଗୁହାରୀକୁ ଶୁଣି ନଥିଲେ । ତେବେ ବିବାହ ସମୟରେ ଝିଅର ଆଧାର କାର୍ଡ ଓ ପୁଅ ନିଜର ପାନକାର୍ଡ ପ୍ରଦାନ କରିଥିବାର ପୂଜକ ସୂଚନା ଦେଇଛନ୍ତି । ମାତ୍ର ପ୍ରକୃତରେ ଝିଅର ୧୮ ବର୍ଷ ହୋଇନଥିବା ପରିବାରବର୍ଗ ସୂଚନା ଦେଇଛନ୍ତି । ତେବେ ସଦର ଥାନା ପୋଲିସ୍ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପରିବାରବର୍ଗ ଦାବି କରିଛନ୍ତି । ତେବେ କନ୍ୟାପିତା ଭାବେ ନୀଳଗିରି ଥାନା ଅଧିନସ୍ଥ କାହାଳିଆ ଗ୍ରାମର ହରିହର ସେଠୀ ଠାକୁର ମାହାଲ ଖାତାରେ ଲେଖାଥିବା ଦେଖିବାକୁ ମିଳିଛି ।

Leave A Reply