Odisha news

୬0 ବର୍ଷ ପରେ ଗଞ୍ଜାମ ଜ଼ିଲ୍ଲାର ୨ ଛାତ୍ର କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଧ୍ୟପ୍ରଦେଶ ଗ୍ରସ୍ତ

0
ବ୍ରହ୍ମପୁର :-ଗଞ୍ଜାମ ଜ଼ିଲ୍ଲା କୁକୁଡାଖଣ୍ଡି ବ୍ଲକ ଯୋଗିଆପଲ୍ଲୀ ଗ୍ରାମ ନିବାସୀ ସ୍ୱର୍ଗତ ନିରାକାର ପାଢ଼ୀ ଓ ସସ୍ମିତା କୁମାରୀ ପାଢ଼ୀ ଙ୍କ କନିଷ୍ଠ ପୁତ୍ର ତଥା ସାମ୍ବାଦିକ ମନୋଜ କୁମାର ପଣ୍ଡାଙ୍କ ଭଣଜା ବାଦଲ କୁମାର ପାଢ଼ୀ ତଥା ନିମଖଣ୍ଡି ସ୍କୁଲ ଶ୍ରୀକୃଷ୍ଣ ସାହୁ ଉଚ୍ଚ ବିଦ୍ୟାଳୟର ୧0 ଶ୍ରେଣୀର ଛାତ୍ର  ଓ  ମୋଡେନ ଅକ୍ସଫୋର୍ଡ ପବିଲ୍ଲିକ ସ୍କୁଲର ୮ମ ଶ୍ରେଣୀର ଛାତ୍ର ରାଧେ ଶ୍ୟାମ ପାତ୍ର ଏହି ଗଞ୍ଜାମ ଜ଼ିଲ୍ଲାର ଦୁଇ ଜଣ ପିଲା ଜାତୀୟସ୍ତର କୁସ୍ତି ପ୍ରତିଯୋଗିତାରେ ଭାଗନେବା ପାଇଁ ମଧ୍ୟପ୍ରଦେଶର ବିଦିଶା ଜ଼ିଲ୍ଲାର ସଂସାବାଦ ସହରକୁ ଗୁରୁବାର ଗ୍ରସ୍ତ କରିଛନ୍ତି l ପ୍ରଥମେ ଟ୍ରେନ ଯୋଗେ ପୁରୀ ଯିବେ, ପରେ ପୁରୀରୁ ଟ୍ରେନ ଯୋଗେ ମଧ୍ୟପ୍ରଦେଶ ଗ୍ରସ୍ତ କରିବେ ବୋଲି ସୂଚନା ମିଳିଛି l ପ୍ରକାଶ ଥାଉକି ଗଞ୍ଜାମ ଜ଼ିଲ୍ଲାରେ 1963 ମସିହାରୁ କୁସ୍ତି ପ୍ରତିଯୋଗୀତା ପାଇଁ ପ୍ରତିଯୋଗୀ ମାନଙ୍କର  ପ୍ରଶିକ୍ଷଣ ବନ୍ଦ ଥିଲା l ପ୍ରାୟ ୬0 ବର୍ଷ ପରେ ଏହି କୁସ୍ତି ଖେଳିବା ପାଇଁ ଛୋଟ ଛୋଟ ବାଳକ ମାନେ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ଖେଳିବା ପାଇଁ ବେବେଚିତ ହୋଇଛନ୍ତି l ସବୁପ୍ରକାର ଖେଳକୁ ରାଜ୍ୟ ସରକାର ଦୃଷ୍ଟି ଦେଉଥିବା ବେଳେ କୁସ୍ତି ଖେଳକୁ ଦୃଷ୍ଟି ନଦେବl କାରଣରୁ ଗଞ୍ଜାମ ଜ଼ିଲ୍ଲାରେ ଏହି ଖେଳ ଲୋପ ପାଇବାରେ ଲାଗିଲାଣି l
ଏହି ରେସିଲିଂଙ୍ଗ ତଥା କୁସ୍ତି ଖେଳ ଗଞ୍ଜାମ ଜ଼ିଲ୍ଲାରେ ବଞ୍ଚାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି l ଏହାକୁ ଆଖି ଆଗରେ ରଖି ଲାଞ୍ଜିପଲ୍ଲୀ ଚଣ୍ଡିମନ୍ଦିର ସ୍ଥିତ କଳିଙ୍ଗ ଫାଇଟ ସ୍କୁଲର କୋଚ ସିଫୁ ଏନ ବାଳକ୍ରିଷ୍ଣା ରେଡି ଏକ ଭିନ୍ନ ପ୍ରୟାସ କରି ଖେଳକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି l ସେ ଏହି ମନ୍ଦିର ପ୍ରାଙ୍ଗଣରେ ସ୍କୁଲ ଓ କେଲଜର ଛାତ୍ର ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି l ଜାତୀୟ ସ୍ତରରେ ଖେଳିବା ପାଇଁ ଏହି ଦୁଇ ଜଣ ଛାତ୍ର ମାନେ ଏହି ସ୍କୁଲରେ ପ୍ରଶିକ୍ଷଣ ନେଉଥିଲେ l କୋଚ ଙ୍କ ଏହି ପ୍ରୟାସ ଦ୍ୱାରା କଳିଙ୍ଗ ଫାଇଟ ସ୍କୁଲର ଦୁଇ ଛାତ୍ର ଜାତୀୟ ସ୍ତର କୁସ୍ତି ପାଇଁ ମନୋନୀତ ହୋଇଛନ୍ତି l ଏଥିପାଇଁ ସାରା ମହଲରେ ପ୍ରଶଂସା ଛୁଟୁଛି l ଏହି ଦୁଇ ପିଲାମାନଙ୍କୁ କୁସ୍ତି ଖେଳିବା ପାଇଁ ନିମଖଣ୍ଡି ସ୍କୁଲର ପିଟି ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ନାୟକ ପ୍ରଚ୍ଛlହନ କରିଥିଲେ l
ଆଜି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବରିଷ୍ଠ ନାଗରିକ   ମଂଚ ହସ ଯୋଗ ଓ ବ୍ୟlୟାମ କେନ୍ଦ୍ର ପକ୍ଷରୁ,ଜାତୀୟ କୁସ୍ତି ଖେଳର ୨ ଜଣ ପ୍ରତିଯୋଗିକୁ ସମ୍ବର୍ଦ୍ଧନା ଦେବl ସହ ଭଲ ଖେଳିବା ପାଇଁ ଉପଦେଶ ଦେଇଥିଲେ l ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ନାଗରିକ   ମଂଚର ପ୍ରଫେସର ଭାସ୍କର ପାଢ଼ୀ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ମନୋଜ କୁମାର ପଣ୍ଡା, ଲଡ଼ୁ କିଶୋର ପାତ୍ର, ସମାଜ ସେବି, ନିରଞ୍ଜନ ପାଣିଗ୍ରାହୀ, ଅମୂଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply