Odisha news

ଅମାପ ସମ୍ପତି ଥାଇ 15 ଦିନ ହେଲା ଉପବାସ ରେ ଦୁଇ ଠାକୁର

0

ଗଞ୍ଜାମ ଭଞ୍ଜନଗର ବ୍ଲକ୍ କୃଷ୍ଣ ଶରଣପୁର ଗାଁରେ ରହିଛି ଦୁଇଟି ମନ୍ଦିର। ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ପଶ୍ଚିମମୁଖା ମହାଦେବ ଅନ୍ୟଟିରେ ପୂଜା ପାଉଛନ୍ତି ସାକ୍ଷୀ ଗୋପୀନାଥ ମହାପ୍ରଭୁ। ଦୁଇ ମନ୍ଦିରର ଜମି ଠାରୁ ଆରମ୍ଭ କରି ସୁନା ଅଳଙ୍କାର ସହ ବ୍ୟାଙ୍କ୍ ରେ ଟଙ୍କା ବି ରହିଛି।ବର୍ଷ ବର୍ଷ ଧରି ଠାକୁରଙ୍କ ନିତିକାନ୍ତି ସହ ଅର୍ଣ୍ଣ ଭୋଗ ଲାଗି ହେଉଥିଲା।ହେଲେ ଦୁଃଖର ବିଷୟ ଆଜିକୁ 15 ଦିନ ହେଲା ଠାକୁରଙ୍କ ପାଖେ ଅର୍ଣ୍ଣ ଭୋଗ ଲାଗି ହେବା ବନ୍ଦ୍ ହୋଇଯାଇଛି।ମନ୍ଦିରର କମିଟି ସଦସ୍ୟଙ୍କ ଆନ୍ତରିକତା ଅଭାବରୁ ମନ୍ଦିର ଗେଟ୍ ରେ ତାଲା ଝୁଲିବା ସହ ନିତିକାନ୍ତି ସବୁ ବନ୍ଦ୍ ରହିଛି। କାହିଁ କେଉଁ ରାଜାରାଜୁଡା କାଳରୁ ନିର୍ମିତ ଏହି ମନ୍ଦିର ରେ ପ୍ରତିଦିନ ଝେଚୁଡ଼ି, ଖଟା, ବେସର, ଖିରି, ପୁଳି ଆଦି ପ୍ରସ୍ତୁତ କରି ଭୋଗ ରାଗ କରାଯାଉଥିଲା ମନ୍ଦିର କମିଟି ର ବୁଝାମଣା ଅଭାବ ରୁ ଗତ ପନ୍ଦର ଦିନ ହେଲା ମନ୍ଦିରରେ ତାଲା ଝୁଲୁଥିବା କାରଣରୁ ଆଉ ମନ୍ଦିରରେ ଘଣ୍ଟ ଶବ୍ଦ କିମ୍ବା ମନ୍ତ୍ରପାଠ ଶୁଭୁନାହିଁ । ଭକ୍ତ ଙ୍କ ଭାବାବେଗ କୁ ଏହା କୁଠାର ଘାତ କରିଛି । ଏହା ଦ୍ୱାରା ଗାଁ ତଥା ଅଞ୍ଚଳ ପ୍ରତି ବିପଦ ଆସିବ ବୋଲି କୁହାଯାଇଛି । ଖୁବଶିଘ୍ର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ସମସ୍ୟାର ସମାଧାନ କରି ମନ୍ଦିର ଖୋଲିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply