Odisha news

ଗାଙ୍ଗପଡା ପଞ୍ଚାୟତ ରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି

0

୧୫-୦୮-୨୨ : ସାରାଦେଶରେ ପାଳିତ ହେଉଛି ୭୬ ତମ ସ୍ବାଧୀନତା ଦିବସର ଅମୃତ ମହୋତ୍ସବ । କେନ୍ଦ୍ରାପଡା ବ୍ଲକ୍ ଗାଙ୍ଗପଡା ପଞ୍ଚାୟତରେ ଆଜି ସ୍ବାଧୀନତା ଦିବସ ପାଳନ କରାଯାଇଛି । ପଞ୍ଚାୟତ ର ସମସ୍ତ ସ୍କୁଲର ପିଲାଙ୍କୁ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ର ପତଳା ଉତ୍ତୋଳନ କାର୍ଯ୍ୟକ୍ରମ କୁ ଡକାଯାଇଥିଲା । ପଞ୍ଚାୟତ ର ୫ ଶହରୁ ଉର୍ଦ୍ଧ୍ବ ସ୍କୁଲପିଲାଙ୍କ ଉପସ୍ଥିତ ରେ ପଞ୍ଚାୟତ କାର୍ଯ୍ୟାଳୟ ଲୋକାରଣ୍ୟ ହୋଇଥିଲା । ବନ୍ଦେ ମାତାରମ୍ , ଭାରତ ମାତା କି ଜୟ , ଜାତୀୟ ପତାକା କି ଜୟ ଧ୍ବନିରେ ପ୍ରକମ୍ପିତ ହେଇଥିଲା ପଞ୍ଚାୟତ କାର୍ଯ୍ୟାଳୟ । ପରେ ଗାଙ୍ଗପଡା ଗାଁର ପ୍ରଥମ କରି ହୋଇଥିବା ନୁତନ ସରପଞ୍ଚ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପତକା ଉତ୍ତୋଳନ କରିଥିଲେ । ସମତି ସଭ୍ୟା ସନ୍ଧ୍ୟାରାଣୀ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ପରେ ସ୍କୁଲ ପିଲାମାନେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଦେଶାତ୍ମବୋଧକ ସଙ୍ଗୀତ ମଧ୍ୟ ଗାଇଥିଲେ । ପରେ ସରପଞ୍ଚ ସ୍ବାଧୀନତା ଦିବସ ଉପଲକ୍ଷେ ଅଭିଭାଷଣ ରଖିଥିଲେ ।
ପଞ୍ଚାୟତ ହାଇସ୍କୁଲ ଗୋଗୁଆ ର ଛାତ୍ରଛାତ୍ରୀ ମାନେ ତ୍ରିରଙ୍ଗା ପତାକା ଧରି ଧାଡ଼ି ଧାଡ଼ି ହୋଇ ରାସ୍ତାରେ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସୁଥିବା ବେଳେ ପିଲାଙ୍କୁ ଶିକ୍ଷକମାନେ ଯଗି ରହୁଥିଲେ । ଏହା ସହିତ ପଞ୍ଚାୟତ ଗଠନ ହେବାର ୬୨ ବର୍ଷ ଅତିକ୍ରମ କରି ସାରିଛି ଗାଙ୍ଗପଡା ପଞ୍ଚାୟତ । ଏହା ସହିତ ପଞ୍ଚାୟତ ର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧିତ ସଭା ମଧ୍ୟ ଆଯୋଜନ କରାଯାଇଥିଲା ପଞ୍ଚାୟତ ତରଫରୁ । ଏହି ସଭାରେ ଦେଶପାଇଁ ଜୀବନ ଦେଇ ସହିଦଙ୍କ ଅବଦାନ ସ୍ବାଧୀନତା ବୋଲି କହିଥିଲେ । ଏହି ସଭାରେ ପୁର୍ବତନ ସରପଞ୍ଚ ଗୁରୁଚରଣ ରାଉତ , ଅବସର ଶିକ୍ଷକ ଚତୁର୍ଭୁଜ ସାହୁ, ଅବସରପ୍ରାପ୍ତ ଯନ୍ତ୍ରୀ ଗଙ୍ଗାଧର ନାୟକ , ବୈରାଗୀ ରାଉତ, ପାରେଶ୍ବର ସାମଲ ଓ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଗୈରାଙ୍ଗ ପାତ୍ର ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୁପେ ତୁଲାଇଥିଲେ ।

Nalco
Leave A Reply