Odisha news

ପରିଶ୍ରା କରିବା ସମୟରେ ହେଉଛି କି ପୋଡ଼ା ସହିତ ଗଭୀର ଯନ୍ତ୍ରଣା ? ଜାଣନ୍ତୁ ଶରୀରରେ ରହିଛି କଣ ସମସ୍ୟା

0
ୟୁରିନ୍ ପାସ୍ କରିବା ସମୟରେ କିଛି ଲୋକଙ୍କୁ ଗଭୀର ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ଶରୀରରେ କୌଣସି ପ୍ରକାର ଶାରିରୀକ ସମସ୍ୟା ର କାରଣ ଅଟେ । କିଛି ଲୋକ ଏପରି ମଧ୍ୟ ରହି ଥାଆନ୍ତି ଯେଉଁ ମାନଙ୍କର ଏହି ସମସ୍ୟା ବାରମ୍ବାର ଦେଖା ଦେଇଥାଏ । ଏହାକୁ ନେଇ ମିଶିସିପି ର ଜଣେ ବିଶେଷଜ୍ଞ କହିଛନ୍ତି ଯେ ଏଭଳି ୩୦ ପ୍ରତିଶତ ଲୋକ ରହିଛନ୍ତି ଯେଉଁମାନେ କି ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।
ପରିଶ୍ରା କରିବା ସମୟରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ତାହା ଅନେକ ଗୁଡ଼ିଏ ସଂକ୍ରମଣ ର କାରଣ ରୁ ହୋଇଥାଏ । ଯାହାକୁ କେବଳ ଚିକିତ୍ସା ମାଧ୍ୟମରେ ଠିକ୍ କରି ହୋଇଥାଏ ।
ଆସନ୍ତୁ ଜାଣିବା ଏହି ସଂକ୍ରମଣ ପଛର କାରଣ ଗୁଡିକ କଣ -:
୧) ୟୁରୀନରି ଟ୍ରାକ୍ସ ସଂକ୍ରମଣ –
ଏହି ସଂକ୍ରମଣ ର ସମ୍ମୁଖୀନ ଯେ କୌଣସି ବ୍ୟକ୍ତି ହୋଇ ପାରନ୍ତି । ଏହି ସଂକ୍ରମଣ ଦ୍ଵାରା ପୁରୁଷ ଓ ମହିଳା ଉଭୟ ପ୍ରଭାବିତ ହୁଅନ୍ତି, କିନ୍ତୁ ପୁରୁଷ ଙ୍କ ତୁଳନାରେ ମହିଳା ଅଧିକ ମାତ୍ରାରେ ପ୍ରଭାବିତ ହୋଇ ଥାଆନ୍ତି । ଏହି ସଂକ୍ରମଣ ସେତେବେଳେ ହୋଇଥାଏ ଯେତେବେଳେ ବ୍ୟାକ୍ଟେରିଆ ୟୁରିନ ପାଇପ ଜରିଆରେ ଆପଣଙ୍କ ବ୍ଲେଡର୍ ରେ ପ୍ରବେଶ କରିଥାଏ । ବ୍ଲେଡର୍ ରେ ପ୍ରବେଶ କରିବା ପରେ ଏହି ବ୍ୟାକ୍ଟେରିଆ ଖୁବ୍ ଦୃତ ଗତିରେ ବଢ଼ିବାକୁ ଲାଗିଥାଏ ଓ ୟୂରିନ କୁ ଏସିଡ଼ିକ କରି ଦେଇଥାଏ । ଏହି କାରଣରୁ ପାରିଶ୍ରା କରିବା ସମୟରେ ପୋଡ଼ିବାର ଅନୁଭବ ହୋଇଥାଏ । ୟୁଟିଆଇ ହେବା ଦ୍ବାରା ପରିଶ୍ରା ଦୁର୍ଗନ୍ଧ ମଧ୍ୟ ହୋଇଥାଏ ।
୨) ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଇନ୍ଫେକ୍ସନ୍ –
ଯଦି ଆପଣ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଏହା ସେକ୍ସୂଆଲି ଟ୍ରାନ୍ସମିଟେଡ୍ ଇନ୍ଫେକ୍ସନ୍ ମଧ୍ୟ ହୋଇପାରେ । ଏହାଛଡା ଆପଣଙ୍କ ପ୍ରାଇଭେଟ୍ ପାର୍ଟ ରେ କୁଣ୍ଡେଇ ହେବା, ଆପଣଙ୍କ ମୂତ୍ର ସ୍ଥାନ ସର୍ବଦା ଗନ୍ଧ ହେବା । ଏପରି ସ୍ଥିତି ରେ ଡାକ୍ତରଙ୍କୁ ପରାମର୍ଶ କରି ତୁରନ୍ତ ଚିକିତ୍ସା କରାନ୍ତୁ ।
୩) ସିଷ୍ଟାୟଟିସ୍ –
ସିଷ୍ଟାୟଟିସ୍ ଗୋଟିଏ ଏଭଳି ସମସ୍ୟା ଯାହାଦ୍ଵାରା ବ୍ଲାଡର୍ ଫୁଲି ଯାଇଥାଏ । ଅଧିକାଂଶ ମାମଲାରେ ବ୍ୟାକ୍ଟେରିଆ ସଂକ୍ରମଣ କାରଣରୁ ବ୍ଲାଡର୍ ଫୁଲି ଯାଇଥାଏ । ଯାହାଦ୍ଵାରା ୟୂରିନ୍ ପାସ୍ କରିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଔଷଧ ଓ ଚିକିତ୍ସା ଦ୍ଵାରା ସିଷ୍ଟାୟଟିସ୍ ସମସ୍ୟା କୁ ଠିକ୍ କରାଯାଇ ପାରିବ ।
୪) କିଡନୀ ରେ ସଂକ୍ରମଣ –
ଯଦି ଆପଣଙ୍କ ର ପରିସ୍ରା ବାହାରିବା ସମୟରେ ଯନ୍ତ୍ରଣା ସାଙ୍ଗକୁ ରକ୍ତ ପ୍ରବାହ ହୋଇଥାଏ ତେବେ ଏହା କିଡନୀ ରେ ସଂକ୍ରମଣ ସମସ୍ୟା ହୋଇଥାଏ । କିଡନୀ ସଂକ୍ରମଣ କାରଣରୁ ଜ୍ଵର ଆସିବା, ପେଟ ଯନ୍ତ୍ରଣା ସହିତ ଥଣ୍ଡା ଲାଗିଥାଏ । ତେଣୁ ଚିକିତ୍ସା ଦ୍ଵାରା ଏହି ସମସ୍ୟା କୁ ଠିକ୍ କରାଯାଇ ପାରିବ ।
Leave A Reply