Odisha news

ଗଙ୍ଗନଗର ମୂଖ୍ୟ କେନାଲର କାମ କେବେ ଆରମ୍ଭ ହେବ :ନର୍ଦ୍ଦମା ପାଣି ସ୍ୱିଟି ହାଉସିଙ୍ଗ କମ୍ପ୍ଳେକ୍ସକୁ ଦୂଶିତ କରୁଛି, ବିଏମ୍ସି ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ହୋଲଡ଼ିଙ୍ଗ ଟାକ୍ସ ନେଉଛି

0

ଭୁବନେଶ୍ୱର : ଗଙ୍ଗନଗର ସ୍ଥିତ ମୂଖ୍ୟ କେନାଲ ତଥା ବୃହତ୍ ଡ଼୍ରେନ୍ ନଂ -୭ ଯାହା ବରମୁଣ୍ଡା ଅଂଚଳରୁ ବାହାରି ଗଙ୍ଗନଗରର ଅତି ଜନଗହଳି ଅଂଚଳ ଦେଇ ଏରୋଡ଼୍ରମ୍ ପାଖ ନବିନ୍ ନିବାସ ପଛପଟେ ପ୍ରବାହିତ ହୋଇଛି । ଗଙ୍ଗନଗର ଅଂଚଳରେ ମୂଖ୍ୟ କେନାଲ ଓ ଏହାର ଶାଖା ପ୍ରବାହିତ ହୋଇଥିବା ପାଶ୍ୱର୍ରେ ଦିର୍ଘ ୨୦ ବର୍ଷ ଧରି ନିର୍ମିତ ସ୍ୱିଟି ହାଉସିଂ କମ୍ପ୍ଳେକ୍ସ ଏକ ତଳି ଅଂଚଳ ହୋଇଥିବା ଯୋଗୁଁ ଏବଂ ବିଭିନ୍ନ କାରଣରୁ ମୂଖ୍ୟ କେନାଲ ଓ ତାହାର ଶାଖା ଡ଼୍ରେନ୍ ପୋତି ହୋଇ ଥିବା ଯୋଗୁଁ ଏଠାକାର ୪ ଟି ଲେନ୍ରେ ଥିବା ୫୨ଟି ହାଉସିଂ ପ୍ରଦତ କୋଠାଘର ଏବଂ ଅନ୍ୟାନ୍ୟ ଘର ମାନଙ୍କରେ ପ୍ରାୟ ୩ ଫୁଟର ପାଣି ସାମାନ୍ୟ ଟିକିଏ ବର୍ଷାରେ ଧସି ପସୁଅଛି ।

ଫଳରେ ଘର ମାନଙ୍କରେ ରହିବା, ଚଳିବା ବହୁତ ଅସୁବିଧା ହେଉଛି । ପୁନଶ୍ଚ ବିଦ୍ୟୁତ୍ ଆଘାତ ହେବାର ସମ୍ଭାବନା ଅଧିକ । ଘର ମାନଙ୍କରେ ଥିବା କୂପ, ବୋରିଂଗ ଆଦି ଜଳ ଉସô ଗୁଡ଼ିକ ମଧ୍ୟ ପ୍ରଦୂଷିତ ହେଉଛି । ଏହା ଦ୍ୱାରା ହଇଜା ଭଳି ଅନ୍ୟାନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କିଛି ଲାଭ ମିଳୁନାହିଁ । ବର୍ତମାନ ବର୍ଷାଦିନ ଆଗମନ ହେବାକୁ ଗଲାଣି । ଅନେକ ଥର ବର୍ଷା ବି ହେଲାଣି । କୌଣସି ଅସୁବିଧା ହେଲେ ବିଏମ୍ସି ଉଚ୍ଚ ପଦାଧିକାରୀ ଦାୟୀ ରହିବେ । କାରଣ ଦିର୍ଘ ୨୦ ବର୍ଷଧରି ପ୍ରତିବର୍ଷ ଏହି ସ୍ଥାୟି ଘର ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହୋଲଡ଼ିଙ୍ଗ ଟାକ୍ସ ନେଇ ଆରାମରେ ହାତ ବନ୍ଦକରି ବିଏମ୍ସି ବସିପଡ଼ୁଛି । ଅନେକ ସ୍ଥାୟି ବାସିନ୍ଦା ଏଠାରେ ନିଜର ଘରଛାଡ଼ି ଅନ୍ୟତ୍ର ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଘର ଦ୍ୱାର ମାନଙ୍କରେ ଯେତେ ପ୍ରକାର ବାଲି ସିମେଂଟ, କଙ୍କ୍ରିଟ୍ର ପ୍ରତିବନ୍ଧକ ତିଆରି କଲେ ମଧ୍ୟ ନର୍ଦ୍ଦମା ପାଣି ଘରେ ପସିବାଟା ଶୁନିଶ୍ଚିତ ।

Leave A Reply

Your email address will not be published.