Odisha news

ଦେଶ ସ୍ୱାଧୀନତା ପୂର୍ବରୁ ମହାରାଷ୍ଟ୍ର ରେ ଗଣେଶ ଉତ୍ସବ ପାଳନ କରାହୋଇ ଆସୁଛି

0

ଗଣେଶ ଉତ୍ସବ ମହାରାଷ୍ଟ୍ର ରାଜ୍ୟ ର ଗୋଟିଏ ବଡ଼ ଉତ୍ସବ l ଗଜାନନ ହେଉଛନ୍ତି ଅଗ୍ର ପୂଜ୍ୟ, ଯେକୌଣସି ଶୁଭ କାର୍ଯ୍ୟ ହେଉ କିମ୍ବା ପୂଜା ପାଠ ସର୍ବ ପ୍ରଥମେ ଗଜାନନ ଙ୍କୁ ଆବାହନ କରାଯାଇ ପୂଜା କରାଯାଏ, ଗଣେଶ ଉତ୍ସବ ଭାରତର ସମସ୍ତ ସ୍ଥାନରେ ପାଳନ ହୋଇଥିଲେ ମଧ୍ୟ ବିଶେଷ ଭାବରେ ମହାରାଷ୍ଟ୍ର ରାଜ୍ୟ ରେ ଖୁବ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଥାଏ l ବିଶେଷ ଭାବେ ଦେଖିବାକୁ ଗଲେ ମୁମ୍ବାଇ ସହରରେ ଗଣେଶ ଉତ୍ସବ ର ଗୋଟିଏ ଅଲଗା ମାହୋଲ ରହିଛି l

ଗଣେଶ ଉତ୍ସବ ରେ ମୁମ୍ବାଇର ଲାଲବାଗ ରାଜା ଙ୍କ ତୋରଣ ଦେଶର ପ୍ରସିଦ୍ଧ ଗଣେଶ ପେଣ୍ଡାଲ ଅଟେ l କେବଳ ଦେଶ ନୁହେଁ ବିଦେଶ ରୁ ମଧ୍ୟ ଅନେକ ଲୋକେ ତାଙ୍କ ଦର୍ଶନ ପାଇଁ ମୁମ୍ବାଇ ଆସି ଥାଆନ୍ତି l ଲାଲ ବାଗ ଗଣପତି ଙ୍କୁ କାମନା ପୂର୍ତ୍ତି ଗଣପତି ମଧ୍ୟ କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ମନସ୍କାମନା ପୁର୍ଣ କରିଥାଆନ୍ତି ଲାଲବାଗ ରାଜା l

ଚଳିତ ଥର ଲାଲବାଗ ରାଜା ଙ୍କ ର ୯୩ ତମ ଗଣେଶ ଉତ୍ସବ ଅନୁଷ୍ଠିତ ହେବ, ଏବଂ ପେଣ୍ଡାଲ କୁ ବଦ୍ରୀନାଥ ଓ କେଦାରନାଥ ମନ୍ଦିର ଥିମ ରେ ସୁସଜ୍ଜିତ କରାଯିବ l

ଲଲବାଗ ରାଜା ଙ୍କ ପେଣ୍ଡାଲ ୧୯୩୪ ରେ ସ୍ଥାପନା ହୋଇଥିଲା l ଏହା ଦକ୍ଷୀଣ ମୁମ୍ବାଇ ର ପରେଲ ଅଞ୍ଚଳ ରେ ଅବସ୍ଥିତ l ଏଠାରେ ପ୍ରତିବର୍ଷ ଗଣପତି ଙ୍କ ମୂର୍ତ୍ତି ପାଇଁ କୋଟି କୋଟି ଟଙ୍କାର ବିୀମା କରାଯାଇ ଥାଏ l ଏବଂ ଶ୍ରଦ୍ଧାଳୁ ମଧ୍ୟ ନିଜ ସକ୍ଷମ ଅନୁସାରେ ଗଣପତି ଙ୍କ ନିକଟରେ ଧନ ଅର୍ପଣ କରି ଥାଆନ୍ତି l

ବ୍ରିଟିଶ ଶାସନ ବିରୁଧ ରେ ଜାଗରଣ ଆଣିବା ପାଇଁ ଲୋକମାନ୍ୟ ତିଳକ ସର୍ବପ୍ରଥମେ ୧୯୩୪ ସାର୍ବଜନୀନ ଗଣେଶ ପୂଜାର ଆରମ୍ଭ କରିଥିଲେ l ଯାହା ଦେଶ ବାସୀ ଙ୍କୁ ଏକତାରେ ବାନ୍ଧିବାରେ ସକ୍ଷମ ହୋଇଥିଲା l ଯେଉଁଠି ସାରା ଭାରତ ବର୍ଷର ସମସ୍ତ ଧର୍ମର ଲୋକେ ଏକତ୍ରିତ ହୋଇ ଗଣପତି ଙ୍କୁ ପୂଜା ଆଜି ମଧ୍ୟ କରୁଛନ୍ତି l

ଚଳିତ ବର୍ଷ ମଧ୍ୟ ବିହାର ର ପାଟନା ଠାରେ ଲାଲବାଗ ରାଜା ଙ୍କ ମୂର୍ତି ସଡକ ମାର୍ଗରେ ମୁମ୍ବାଇ ରୁ ଆସୁଛନ୍ତି, ଏହାକୁ ମହାରାଷ୍ଟ୍ର ମଣ୍ଡଳ ପାଟନା ରେ ଆୟୋଜନ କରୁଛି, ଚଳିତ ବର୍ଷ ଏହା ୫୬ ତମ ଗଣେଶ ଉତ୍ସବ ଅଟେ , ଏବଂ ପାଟନା ରେ ୬ ଫୁଟ ବିଶିଷ୍ଟ ଗଣପତି ଙ୍କ ମୂର୍ତି କୁ ପୂଜାର୍ଚନା କରାଯିବ l

Nalco
Leave A Reply