Odisha news

ଗଣେଶ ଚତୁର୍ଥୀ ରେ ଘରେ ଭୁଲ ରେ ସୁଧା କରନ୍ତୁ ନାହିଁ ୪ଟି କାମ, ଗଣପତି ହେବେ ଅସନ୍ତୁଷ୍ଟ

0

ଗଣେଶ ଚତୁର୍ଥୀ ଦିନଟି ଗୋଟିଏ ପବିତ୍ର ଦିନ ଅଟେ, ଏହିଦିନ ଗଣପତି ଗୃହରେ ବିରାଜମାନ କରି ଥାଆନ୍ତି l ଏହିଦିନ ଅନେକ ବ୍ୟକ୍ତି ବିନାୟକ ଚତୁର୍ଥୀ ତ ବ୍ରତ ମଧ୍ୟ ରଖ ନ୍ତି l  ଚଳିତ ଥର ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୭ତାରିଖ ଶନିବାର ଦିନ ପାଳିତ ହେବ l

– ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ କେଶ ଓ ନଖ ସବୁବେଳେ ଏବଂ ସବୁ ବାରରେ କାଟିବା ଉଚିତ ନୁହେ, ଏହାଦ୍ୱାରା ସୁଖ ସମୃଧିରେ ବାଧା ବିଘ୍ନ ଆସିଥାଏ l ଏହାଛଡା ଶୁଭ ଦିନରେ ମଧ୍ୟ ଏଭଳି ଅଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ l ତେଣୁ ଗଣେଶ ଉତ୍ସବ ରେ କେଶ ଓ ନଖ କାଟିବା ଠିକ ନୁହେଁ ଏହାଦ୍ୱାରା ଆୟୁଷ ହାନି ହୋଇଥାଏ l

– ଗଣେଶ ଚତୁର୍ଥୀ ରେ ୧୦ ଦିନ ଖୁବ ପବିତ୍ର ଅଟେ, ମାନ୍ୟତା ରହିଛି ଯେ ଯେଉଁ ଗୃହରେ ଗଣପତିଙ୍କୁ ସ୍ଥାପନା କରାଯାଇ ଥାଏ ସେହି ଘରେ ଅନ୍ନ ର ଅବମାନନା ଅର୍ଥାତ ଖାଦ୍ୟ ଫିଙ୍ଗା ଯିବା ଉଚିତ ନୁହେଁ କିମ୍ବା ଘରକୁ ଆସିଥିବା ଅତିଥି ଭୋକିଲା ଯିବା ମଧ୍ୟ ଉଚିତ ନୁହେଁ l

– ଏହି ୧୦ ଦିନ ଆପଣ ତାମସିକ ଭୋଜନ, ମଦ୍ୟପାନ, ପର ନିନ୍ଦା, ଅହଂକାର, କ୍ରୋଧ , ଘୃଣା ତ୍ୟାଗ କରନ୍ତୁ l ଏହି କାର୍ଯ୍ୟ ଯେଉଁ ଘରେ ହୋଇଥାଏ ସେଠାରେ ଗଣପତି ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ନଥାଏ l ଏହି ୧୦ ଦିନ ମନରେ ଭଲ ଚଚିନ୍ତା ଧାରା ରଖିବା ଜରୁରୀ l

– ଗଣେଶ ଚତୁର୍ଥୀ ରୁ ୧୦ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ , ତେଣୁ ଏହି ୧୦ ଦିନ କୌଣସି ପ୍ରକାର ଏଭଳି କାର୍ଯ୍ୟ କରିବା ଅନୁଚିତ ଯାହାଦ୍ୱାରା ଘରର କିଛି ଖରାପ ହେଉଥିବ l ଏବଂ ଏହି ସମୟରେ ଗୁରୁଜନ ଙ୍କ ଅପମାନ ବର୍ଜନୀୟ ଅଟେ l  ମାନ୍ୟତା ରହିଛି ଯେ ଯଦି ଏହି ସମୟ ରେ ଆମେ କୌଣସି ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିବା ତେବେ ଜୀବନରେ ଅନେକ ବିପତି ଆସିଥାଏ l

Nalco
Leave A Reply