Odisha news

ବୁଧବାର ଦିନ ଶ୍ରୀ ଗଣେଶ ଙ୍କୁ ଅର୍ପଣ କରନ୍ତୁ ଏହିସବୁ ଜିନିଷ , ଘରକୁ ଆଗମନ ହୋଇଥାଏ ସୁଖ ସମୃଦ୍ଧି ର

0
ସମସ୍ତ ଦେବତା ମାନଙ୍କ ମଧ୍ୟରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ । ବୁଧବାର ଦିନ ଗଣପତି ଙ୍କୁ ବିଧି ବିଧାନ ଭାବରେ ପୂଜା କରିବା ଦ୍ୱାରା ଜୀବନ ରୁ ସମସ୍ତ ବିଘ୍ନ ଦୂର ହୋଇଥାଏ । କିନ୍ତୁ ବୁଧବାର ଦିନ ଗଣପତୀ ଙ୍କୁ କିଛି ଏଭଳି ଜିନିଷ ଅର୍ପଣ କରିବା ଦ୍ୱାରା ଘରକୁ ସମୃଦ୍ଧିର ଆଗମନ ହୋଇଥାଏ ।
ଆସନ୍ତୁ ଜାଣିବା ଗଣପତି ଙ୍କୁ ପୂଜାରେ କେଉଁ ସବୁ ଜିନିଷ ଅର୍ପଣ କରିବା ଉଚିତ୍ -:
* ବୁଧବାର ଦିନ ଗଣପତି ଙ୍କ ନିକଟରେ ଗୋଟିଏ ଯୋଡ଼ା କଦଳୀ ଅର୍ପଣ କରିବା ଉଚିତ୍ । ଗଣେଶ ଙ୍କ ର ସବୁ ଫଳ ମଧ୍ୟରୁ କଦଳୀ ଅଧିକ ପସନ୍ଦ । ଏହାଦ୍ବାରା ଗଣପତି ଙ୍କ କୃପା ଲାଭ ହୋଇଥାଏ ।
* ହିନ୍ଦୁ ଧର୍ମରେ ହଳଦୀ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ତେଣୁ ବୁଧବାର ଦିନ ଗଣପତି ଙ୍କୁ ହଳଦୀ ଅର୍ପଣ କରନ୍ତୁ । ଆଜିର ଦିନରେ ଗଣପତି ଙ୍କୁ ହଳଦୀ ଖଣ୍ଡ ନିହାତି ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବିଘ୍ନ ହର୍ତା ନିଜ ଭକ୍ତଙ୍କ ସମସ୍ତ କଷ୍ଟ ଦୂର କରି ଥାଆନ୍ତି ।
* ଆମେ ସମସ୍ତ ପୂଜା ପାଠ ରେ ପ୍ରାୟ ନଡ଼ିଆ ର ବ୍ୟବହାର କରିଥାଉ । ପୁରାଣ ରେ ନଡିଆ କୁ ମାତା ଲକ୍ଷ୍ମୀ ଙ୍କ ଫଳ କୁହାଯାଏ । ତେଣୁ ନଡ଼ିଆ ର ଅନ୍ୟନାମ ଶ୍ରିଫଳ ଅଟେ । ଯଦି ବୁଧବାର ଦିନ ଗଣପତି ଙ୍କ ନିକଟରେ ଗୋଟା ନଡ଼ିଆ ଅର୍ପଣ କରାଯାଏ ତେବେ ଧନ ବୃଦ୍ଧି ହୋଇଥାଏ ।
* ହିନ୍ଦୁ ଧର୍ମରେ ଗୁଆ ଗୋଟିଏ ଶୁଭ ଫଳ ଅଟେ । ତେଣୁ ପ୍ରତି ବୁଧବାର ଗଣପତି ଙ୍କ କୃପା ଲାଭ କରିବା ପାଇଁ ନଡିଆ ସହିତ ଗୁଆ ଅର୍ପଣ କରନ୍ତୁ । । ମାନ୍ୟତା ରହିଛି ଯେ ଗୁଆ ଅର୍ପଣ କଲେ ପାରିବାରିକ ଜୀବନ ସୁଖମୟ ହୋଇଥାଏ ଓ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୁ ସମ୍ପର୍କ ରହିଥାଏ ।
* ଗଣେଶ ଙ୍କ ର ସବୁଠୁ ପ୍ରିୟ ହେଲା ଦୁବ ଘାସ । ଦୁବ ଘାସ ଗଣପତି ଙ୍କୁ ଅର୍ପଣ କଲେ ତାଙ୍କ କ୍ରୋଧ ଶାନ୍ତ ହୋଇ ଥାଏ ଓ କୃପା ଦୃଷ୍ଟି ପ୍ରାପ୍ତି ହୋଇଥାଏ । ଅନ୍ୟ ଗୋଟିଏ ଜିନିଷ ହେଲା ଲଡୁ , କଦାପି ଗଣପତି ଙ୍କୁ ଲଡୁ ଅର୍ପଣ କରିବାକୁ ଭୁଲିବେ ନାହିଁ । କାରଣ ଏହା ଗଣପତି ଙ୍କ ର ଲଡ଼ୁ ଖୁବ୍ ପ୍ରିୟ ଅଟେ ।
ପ୍ରତି ବୁଧବାର ଦିନ ଏହିସବୁ ଜିନିଷ ଗଣପତି ଙ୍କୁ ଅର୍ପଣ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।
Leave A Reply