Odisha news

କାହିଁକି ଗଣେଶ ଚତୁର୍ଥୀରେ ଚନ୍ଦ୍ରଦର୍ଶନ ନିଷେଧ

0

ଥରେ ଗଣେଶଙ୍କ ଜନ୍ମଦିନରେ ମା’ ପାର୍ବତୀ ୨୧ ପ୍ରକାର ବ୍ୟଞ୍ଜନ ଓ ପ୍ରଚୁର ମିଠା ଖିରି ଗଣେଶଙ୍କୁ ଖୁଆଇଲେ । ଲୋଭାତୁର ପୁତ୍ର ଗଣେଶ ଯଥେଷ୍ଟ ଖାଇ ବାହନ କ୍ଷୁଦ୍ର ମୂଷା ଉପରେ ବସି ବୁଲିବାକୁ ଗଲେ । ବୁଲିବା ସମୟରେ ମୂଷା ଗୋଟିଏ ସାପକୁ ଦେଖି ଛାନିଆରେ ଝୁଣ୍ଟିପଡ଼ିବା ଫଳରେ ଗଣେଶ ମଧ୍ୟ ବଡ଼ ଶବ୍ଦ କରି ଦୁଲ୍କିନା ତଳେ ପଡ଼ିଗଲେ । ଗଣେଶ ସେ ସାପଟିକୁ ଧରି ଆଣି ଅଣ୍ଟାରେ କମରପଟି ରୂପେ ବାନ୍ଧିଲେ ଆକାଶରେ ଚନ୍ଦ୍ର ଏହା ଦେଖି ଥଟ୍ଟା କରି ହସିଲେ ।

ଅପମାନିତ ଗଣେଶ ତାଙ୍କ ଦାନ୍ତରୁ ଗୋଟିଏ ଚନ୍ଦ୍ରଙ୍କୁ ଆଘାତ କରିବାକୁ ଫୋପାଡ଼ିଲେ । ଚନ୍ଦ୍ର ମେଘ ଆଢ଼ୁଆଳରେ ଲୁଚିଗଲେ । ଗଣେଶ ତାଙ୍କୁ ଅଭିଶାପ ଦେଲେ, ଏଣିକି ମୋ ଜନ୍ମତିଥିରେ ତୁମକୁ ଚାହିଁବା ବ୍ୟକ୍ତି ଜ୍ଞାତି ପରିଜନଙ୍କ ଦ୍ୱାରା ଭୁଲ ବୁଝାମଣାରେ ଓ ମିଥ୍ୟା କଳଙ୍କ ଦୋଷରେ ଭାଗୀ ହେବେ । ଏଣୁ ଏହିଦିନ ଚନ୍ଦ୍ର ଦର୍ଶନ ନିଷେଧ ଅଛି ।

ଶ୍ରୀଗଣେଶ ଯିଏକି ବିଦ୍ୟାବୁଦ୍ଧିର ଅଧିକାରୀ, ତାଙ୍କ ପାଖରେ ସୃଷ୍ଟିର ରହସ୍ୟ, ଆତ୍ମା-ପରମାତ୍ମାଙ୍କ ରହସ୍ୟ, କର୍ମର ଗହନ ଗତିର ସୂତ୍ର ଓ ପବିତ୍ରତାର ବଳ ଥିବାରୁ ସର୍ବଦେବାଦେବୀଙ୍କର ଅଗ୍ରରେ ସେ ସ୍ଥାନ ପାଇ ଆସିଛନ୍ତି । ସେ ତେତି୍ରଶକୋଟି ଦେବଗଣଙ୍କ ମଧ୍ୟରେ ଅଗ୍ରପୂଜ୍ୟ,

ସର୍ବଶ୍ରେଷ୍ଠ, ବିଘ୍ନବିନାଶକାରୀ ଓ ସାର୍ବଭୌମ ଗଣଦେବତା ଭାବେ ମାନ୍ୟତା ଲାଭ କରିଛନ୍ତି ।
କାହାକୁ ପରିହାସ କରିବାର ଫଳ କ୍ଷତିକାରକ ହୋଇପାରେ । ଶ୍ରୀଗଣେଶଙ୍କ ଆକୃତି ଭିତରେ ମଣିଷ ସମାଜ ପ୍ରତି ଥିବା ଅନ୍ତର୍ନିହିତ ବାର୍ତ୍ତାକୁ ହୃଦୟଙ୍ଗମ କରି ଜୀବନରେ ପ୍ରୟୋଗ କରିବା ବିଧେୟ ।

Govt
Leave A Reply