ଡ଼ ପ୍ରତିଭା ମହାରଥୀ : ଗଣେଶ ଥିଲେ ଅତ୍ୟନ୍ତ ମାତୃଭକ୍ତ ଓ ପିତୃଭକ୍ତ । ଏ ବିଷୟରେ ଏକ କିମ୍ବଦନ୍ତୀ ଅଛି । ଥରେ ମା ପାର୍ବତୀଙ୍କର ଏକ ମୁକ୍ତାହାର ନେବାକୁ ଗଣେଶ ଓ ତାଙ୍କ ବଡ଼ଭାଇ କାର୍ତ୍ତିକ ଜିଦି କଲେ । ଗୋଟିଏ ହାରକୁ ମା କାହାକୁ ଦେବେ? ତେଣୁ ସେ ଏକ ପ୍ରସ୍ତାବ ଦେଲେ – ଯିଏ ପୃଥିବୀ ପରିକ୍ରମଣ କରି ପ୍ରଥମେ ଆସି ତାଙ୍କ ପାଖରେ ପହଞ୍ଚôବ, ହାରଟି ତା’ର ହେବ ।
ଏହା ଶୁଣି କାର୍ତ୍ତିକ ତାଙ୍କ ମୟୂରବାହନରେ ପରିଭ୍ରମଣରେ ବାହାରିଗଲେ । ଗଣେଶ କିନ୍ତୁ ମାଆବାପାଙ୍କ ଚାରିପଟେ ତିନିଘେରା ବୁଲିଆସି ହାତଯୋଡ଼ି ବସିପଡ଼ିଲେ । ମା ପଚାରିଲେ ତୁ କଣ ପରିଭ୍ରମଣରେ ଯିବୁନି କି? ଗଣେଶ କହିଲେ ମାତାପିତା ମୋ ପାଇଁ ବିଶ୍ୱବ୍ରହ୍ମାଣ୍ଡଠାରୁ ବଡ଼ ।
କୁହାଯାଏ ମା ପୃଥିବୀଠାରୁ ବଡ଼ ଓ ପିତା ସ୍ୱର୍ଗଠାରୁ ବଡ଼ । ତେଣୁ ମୋର ପୃଥିବୀ ଭ୍ରମଣରେ ଯିବା କି ଦରକାର? ମୁଁ ତ ଆପଣଙ୍କ ଚାରିପଟେ ତିନିଘେରା ବୁଲିସାରିଲିଣି । ହାରଟି ଶେଷକୁ ଗଣେଶଙ୍କର ହିଁ ହେଲା । ଗଣେଶ କେବଳ ମାତୃପିତୃ ଭକ୍ତ ନଥିଲେ ।
ବୁଦ୍ଧିରେ ବି ଥିଲେ ସବୁଠୁ ଶୀର୍ଷରେ । ଦେବତାଙ୍କ ସେନାପତି କାର୍ତ୍ତିକ ଏ ଯୁକ୍ତି ଶୁଣି ହାର ମାନିଲେ । ଯେଉଁ ସନ୍ତାନର ମଥା ଉପରେ ତା ପିତାମାତାଙ୍କର ଆଶୀର୍ବାଦ ଥିବ, ସେ ଜୀବନଯାତ୍ରାରେ ସଫଳତା ନିଶ୍ଚୟ ପାଇବ ।