ମୃତ୍ୟୁ ଅଟଳ ଅଟେ, କିନ୍ତୁ କିଛି ଲୋକ ଏଭଳି ଥାଆନ୍ତି ଯିଏକି ମଣିଷଙ୍କ ବ୍ୟତୀତ କିଛିଟା ଜିନିଷ ମୋହରେ ଏଭଳି ପଡି ଥାଆନ୍ତି କି ମୃତ୍ୟୁ ପରେ ତାଙ୍କ ବ୍ୟବହୃତ ଜିନିଷ କୁ ଖୁବ ସାଇତି କି ରଖି ଥାଆନ୍ତି l ଗରୁଡ଼ ପୁରାଣ ଅନୁସାରେ ମୃତକ ବ୍ୟକ୍ତିଙ୍କର ଅନେକ ଜିନିଷ ନିଜ ଘରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ ତାହା ନିଶ୍ଚିନ୍ତ ଜାଣି ରଖିବା ଆବଶ୍ୟକ l କିନ୍ତୁ କିଛିଟା ନିୟମ କୁ ପାଳନ କରିବା ଦ୍ୱାରା ପରିବାର ଦୋଷ ରୁ ମୁକ୍ତି ରହିବା ସହିତ ସ୍ବର୍ଗତ ଆତ୍ମାକୁ ଶାନ୍ତି ମିଳିଥାଏ l
ମୃତ୍ୟୁ ପରେ ବ୍ୟକ୍ତିର ଜିନିଷ ର ବ୍ୟବହାର କାହିଁକି ଅଶୁଭ ହୋଇଥାଏ ?
ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତିର ମୃତ୍ୟୁ ପରେ ମୃତକ ର ଆତ୍ମା କିଛି ସମୟ ପର୍ଯ୍ୟନ୍ତ ନିଜ ପରିବାର, ଘର ଓ ବ୍ୟବହୃତ ବସ୍ତୁ ପ୍ରତି ମୋହ ରଖିଥାଏ, ତେଣୁ ମାନ୍ୟତା ରହିଛି ଯେ ଯେତେବେଳେ ପରିବାରର ଲୋକେ ଲଗାତାର ମୃତ ବ୍ୟକ୍ତିର କପଡା, ଗହଣା ଓ ବ୍ୟବହୃତ ଜିନିଷ ଲଗାତାର ବ୍ୟବହାର କରି ଥାଆନ୍ତି ତେବେ ଆତ୍ମାର ମୋହ ସମାପ୍ତ ହେବାରେ ଅଧିକ ସମୟ ଲାଗିଥାଏ l ଏହାଦ୍ୱାରା ଆତ୍ମାର ଶାନ୍ତି ରେ ବାଧା ଆସିଥାଏ l ମୃତ୍ୟୁପରେ ମୃତକ କୁ ସବୁକିଛି ତ୍ୟାଗ କରି ଆଗାମୀ ଯାତ୍ରା ରେ ଯିବାକୁ ପଡିଥାଏ l
* ଗରୁଡ଼ ପୁରାଣ ଅନୁସାରେ ଯଦି ମୃତକ ର ଜିନିଷ କୁ ଖରାପ ଚିନ୍ତା ଓ ସ୍ୱାର୍ଥ ଦୃଷ୍ଟିରୁ ରଖାଯାଏ ତେବେ ଏହା ପିତୃ ପୁରୁଷ ଙ୍କର ଅସନ୍ତୁଷ୍ଟ ର ଦୃଷ୍ଟି ପଡିଥାଏ l ଏହା ପରମ୍ପରା ଆଧାରିତ ହେଲେ ଅଲଗା କିଛି ହେବ l
* ମୃତକ ଙ୍କ ଚଷମା, ଘଡି, ବିଛଣା ଓ ଦୈନନ୍ଦିନ ବ୍ୟବହୃତ ଜିନିଷ ରଖି ପାରିବେ କିନ୍ତୁ ବ୍ୟବହାର କରିପାରିବେ ନାହିଁ l କାହିଁକିନା ଘର ର ବାତାବରଣ ରେ ନକରତ୍ମକ ଶକ୍ତି ବଢିଥାଏ l ଧର୍ମ ଓ ପରମ୍ପରା ଅନୁସାରେ ଗୋଟିଏ ସାଧାରଣ ଜୀବନ ବଂଚିବା ପାଇଁ ମୃତକ ଙ୍କ ଜିନିଷ କୁ ଦାନ କରିଦେବା ଜରୁରୀ l
* ଲୁଗା ପଟା ହେଉଛି ମୃତକ ବ୍ୟକ୍ତି ଜୀବନ ର ବଡ଼ ଦୁର୍ବଳତା, ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ମୃତକ ବ୍ୟକ୍ତି ଙ୍କ ଜିନିଷ କୁ ଦାନ କରିଦେବା ଜରୁରୀ l ଏହାଦ୍ୱାରା ଆତ୍ମାର ମୋହ କେବଳ ଭଙ୍ଗ ହୋଇ ନଥାଏ ମୃତ ଆତ୍ମା କୁ ଶାନ୍ତି ମଧ୍ୟ ମିଳିଥାଏ l ଏହାଛଡା ମୃତ୍ୟୁ ପରେ ମୃତକ ଙ୍କ ସୁନା ଗହଣା କୁ ବ୍ୟବହାର କରିବା ଉଚିତ ନୁହେଁ, ଘରେ ରଖି ପାରିବେ l