Odisha news

ଏମ୍ସ ର ରିସର୍ଚ୍ଚ : ମୋବାଇଲ ଅଭ୍ୟାସ ଛୋଟ ଛୁଆଙ୍କୁ ସ୍ମାର୍ଟ କରୁନାହିଁ, କରୁଛି ମନ୍ଦବୁଦ୍ଧି

0

ଆଜିର ଛୋଟ ଛୁଆ ମୋବାଇଲ ନଦେଖିଲେ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି, ଏପରି ସ୍ଥିତିରେ ପିତାମାତା ପିଲାଙ୍କୁ ମୋବାଇଲ ଦେଖାଇ ଥାଆନ୍ତି କିପରି ଛୁଆଟି ଠିକ ଭାବରେ ଖାଦ୍ୟ ଖାଇଦେଉ, ଏମିତିକି ଛୋଟ ଛୁଆ ବାହାରେ ଖେଳିବା ଅପେକ୍ଷା ମୋବାଇଲ ରେ ଗେମ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି l ଏମ୍ସ ଗବେଷକ ଙ୍କ ମତରେ ଯଦି ଆପଣଙ୍କ ଛୁଆ ୨ବର୍ଷ ରୁ ଛୋଟ ତେବେ ନିୟମିତ ମୋବାଇଲ ଦେଖିବା ଦ୍ୱାରା ଅଟିଯିମ  ରେ ପୀଡିତ ହୋଇପାରେ, ଏବଂ ୧୮ ମାସ ରୁ କମ ମାସର ଛୁଆ ଅଟିଯିମ ରେ ପୀଡିତ ହେଉଛନ୍ତି l

ଓଟିଜ୍ମ କଣ ?
ଓଟିଜ୍ମ ଗୋଟିଏ ଏଭଳି ରୋଗ ଯେଉଁ କାରଣରୁ ଛୁଆ କିଛିବର୍ଷ ପର୍ଯ୍ୟନ୍ତ କଥା କହିପାରେ ନାହିଁ l ଯଦି ଛୁଆ ଜନ୍ମରୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ଠିକ ଭାବରେ କଥା କୁହେ ନାହିଁ ତେବେ ବିଭିନ୍ନ ଶାରୀରିକ ସମସ୍ୟାରେ ପୀଡିତ ହୋଇଥାଏ l ବର୍ତମାନର ଗବେଷଣା କହୁଛି ଯେ ଭାରତରେ ଦ୍ରୁତ ଗତିରେ ଓଟିଜ୍ମ ର ଲକ୍ଷଣ ବୃଦ୍ଧି ପାଉଛି l ତେଣୁ ଓଟିଜ୍ମ ସମସ୍ୟା ବୃଦ୍ଧି ପାଉଥିବାରୁ ଏମ୍ସ ପକ୍ଷରୁ ରିସର୍ଚ୍ଚ କରାଯାଇ ଥିଲା l

କଣ ରହିଛି ଏମ୍ସ ର ଗାଇଡ଼ ଲାଇନ ?
ଏମ୍ସ ର ତନ୍ତ୍ରିକା ବିଭାଗର ସିନିଅର ପ୍ରଫେସର ଶେଫାଳି ଗୁଳାଟି କହିଛନ୍ତି ଯେ

*ହସ୍ପିଟାଲ ମୋବାଇଲ ଦେଖିବା ପାଇଁ ଗାଇଡ଼ ଲାଇନ ଜାରି ହେବା ଆବଶ୍ୟକ l ଯାହାଦ୍ୱାରା ଛୁଆ ଙ୍କ ମାତାପିତା ଜାଗ୍ରତ ହୋଇପାରିବେ l

* ଜନ୍ମରୁ ନେଇ ୧୮ ମାସ ପର୍ଯ୍ୟନ୍ତ ଛୋଟ ଛୁଆ ଙ୍କୁ ମୋବାଇଲ ଦେବା ଆଦୌ ଉଚିତ ନୁହେଁ, ଏବଂ ୨ବର୍ଷ ପରେ ମାତାପିତା ଙ୍କ ଇଚ୍ଛା ଉପରେ ନିର୍ଭର କରେ କିନ୍ତୁ ଯଦି ଦେଉଛନ୍ତି ମାତ୍ର ୩୦ ମିନିଟ ପର୍ଯ୍ୟନ୍ତ l

* ଛୋଟ ପିଲା ଅଧିକ ସ୍କ୍ରିନିଙ୍ଗ ଟାଇମ ବିତାଉଥିବା କାରଣରୁ ଅଳସୁଆ ହୋଇ ଯାଉଛନ୍ତି, ଏବଂ ଅଧିକ ମୋବାଇଲ ରେ ଆକ୍ଟିଭ ରହୁଥିବା କାରଣରୁ ପିଲା ମାନେ ବନ୍ଧୁ ପରିଜନ ଙ୍କ ନିକଟରୁ ଦୁରେଇ ରହୁଛନ୍ତି l ଯାହାକି ତାଙ୍କୁ ଅବାଟ କୁ ନେବାରେ ସାହାଯ୍ୟ କରୁଛି l

Govt
Leave A Reply