Odisha news

ଗଣେଶ ଚତୁର୍ଥୀ ଦିନ ଏହି ୫ଟି ଚମତ୍କାରୀ ମନ୍ତ୍ରକୁ ପାଠ କରନ୍ତୁ, ଦୂର ହେବ ସମସ୍ତ ବାଧା ବିଘ୍ନ

0

ଶ୍ରୀ ଗଣେଶ ଙ୍କୁ ବିଦ୍ୟା , ବୁଦ୍ଧି, ସମୃଦ୍ଧି , ଶକ୍ତି ଓ ସମ୍ମାନ ର କାରକ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଶ୍ରୀ ଗଣେଶ ଙ୍କୁ ଅଗ୍ରଜ ଦେବତା ବୋଲି କୁହାଯାଇଥାଏ । କାରଣ ସମସ୍ତ ପୂଜା ପୂର୍ବରୁ ଗଣେଶ ଙ୍କ ପୂଜା କରାଯାଏ । ଗଣପତି ଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା । ତେଣୁ ଏହି ଚତୁର୍ଥୀ କୁ ଗଣେଶ ଚତୁର୍ଥୀ ବୋଲି କୁହାଯାଇ ଥାଏ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅଗଷ୍ଟ ୩୧ ତାରିଖ ରେ ପାଳିତ ହେବ । ମାନ୍ୟତା ଅନୁସାରେ ଏହିଦିନ ଚନ୍ଦ୍ରମା ଙ୍କ ଦର୍ଶନ କରାଯାଏ ନାହିଁ । ଗଣେଶ ଚତୁର୍ଥୀ ରେ ଗଣପତି ଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିଟା ବିଶେଷ ମନ୍ତ୍ର ପାଠ କରାଯାଇ ଥାଏ । ଯାହା ଦ୍ଵାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

୧ ) ଗଣେଶ ଚତୁର୍ଥୀ ରେ ଗଣପତିଙ୍କ ମୁଖ୍ୟମନ୍ତ୍ର ‘ଓଂ ଙ୍ଗ ଗଣପତୟେ ନମଃ’ ଜପ ନିହାତି କରିବା ଆବଶ୍ୟକ l ଏହାକୁ ଜପ କରିବା ଦ୍ୱାରା ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ l

୨ ) ଗଣପତିଙ୍କ ସଡ଼ଅକ୍ଷର ବିଶିଷ୍ଟ ମନ୍ତ୍ର ‘ଵକ୍ରତୁଂଡାୟ ହୁଁ’ କୁ ଜପ କରିବା ମଧ୍ୟ ଖୁବ ଲାଭକାରୀ ଅଟେ l ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା କାର୍ଯ୍ୟରେ ଆସୁଥିବା ସମସ୍ତ ବିଘ୍ନ ଦୂର ହୋଇଥାଏ l ବ୍ୟବସାୟ ପ୍ରତିଷ୍ଠାନ ରେ ଏହି ମନ୍ତ୍ର ଜପ କରିବା ଖୁବ ଶୁଭ ଅଟେ l

୩ ) ରୋଜଗାର ରେ ବାଧା ଉପୁଜଉଥିଲେ ଗଣେଶ ଙ୍କ ସୌଭାଗ୍ୟ ମନ୍ତ୍ର ‘ଓଂ ଶ୍ରୀ ଙ୍ଗ ସୌଭାଗ୍ୟ ଗଣପତୟେ ବର ବରଦ ସର୍ବଜନଙ୍ଗ ମେ ବସମାନୟ ସ୍ୱାହା’ ଜପ କରନ୍ତୁ l ଏହାଛଡା ଏହି ମନ୍ତ୍ର ନିୟମିତ ଯଦି ସ୍ନାନ ପରେ ପାଠ କରିବେ ତେବେ ଆର୍ଥିକ ଅନାଟନ ଦୂର ହୋଇଥାଏ l

୪) ବିବାହ କାର୍ଯ୍ୟରେ ଡେରି ହେଉଛି ତେବେ ‘ଓଂ ଵକ୍ରତୁଣ୍ଡେକ ଦଂଷ୍ଟ୍ରlୟ କ୍ଳିଙ୍ଗ ହିଂ ଶ୍ରୀଙ୍ଗ ଗଂ ଗଣପତେ ବର ବରଦ ସର୍ବଜନନଂ ମେ ବଶମାନୟ ସ୍ୱାହା’ ମନ୍ତ୍ର ର ଜପ କରନ୍ତୁ l  ଏହାଦ୍ୱାରା ଆପଣଙ୍କ ମନ ଇଛା ବର ଲାଭ କରିବେ l

୫) ଘରେ ସାଧାରଣତଃ କଳହ ଓ କ୍ଳେଶ ଲାଗି ରହିଥାଏ, ତେଣୁ ଗଣେଶ ଚତୁର୍ଥୀ ଦିନ ‘ ଓଂ ହସିତ ପିଶାଚୀ ଲିଖେ ସ୍ୱାହା ‘ ମନ୍ତ୍ର ଟିକୁ ଜପ କରନ୍ତୁ l ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ l

Nalco
Leave A Reply