କାର୍ଡିଆକ ଆରେଷ୍ଟ ଗୋଟିଏ ଏଭଳି ଗାମ୍ବିର ସ୍ଥିତି ଯେଉଁଥିରେ ଅଧିକାଂଶ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ l ଏହି ସ୍ଥିତିରେ ହୃତ ସ୍ପନ୍ଦନ ଅଚାନକ ବନ୍ଦ ହୋଇ ଯାଇଥାଏ l ସାରା ଦୁନିଆରେ ହଜାର ହଜାର ଲୋକ ପ୍ରତିଦିନ ଏହି କାରଣରୁ ମୃତ୍ୟୁ ବରଂ କରି ଥାଆନ୍ତି l ଯଦି ଠିକ ସମୟରେ ଚିକିତ୍ସା କରାଯାଏ ତେବେ ରୋଗୀର ଜୀବନ ବଂଚି ଯାଇଥାଏ l
କାର୍ଡିଆକ ଆରେଷ୍ଟ ର ଲକ୍ଷଣ –
ସାଧାରଣ ଭାବରେ କାର୍ଡିଆକ ଆରେଷ୍ଟ ଅଚାନକ ଭାବରେ ଏତେ ଅଧିକ ହୋଇଯାଏ ଯେ ଆପଣ ଏହାର ଲକ୍ଷଣ କୁ ଅନୁଭବ କିମ୍ବା ଜାଣି ପାରି ନଥାନ୍ତି l ଏପରି ସ୍ଥିତିରେ ରୋଗୀ ଅଚାନକ ବେହୋସ ହୋଇ ପଡି ଯାଇଥାଏ l
– ଯେତେବେଳେ ମସ୍ତିଷ୍କ ରେ ରକ୍ତ ସଂଚାଳନ ବନ୍ଦ ହୋଇ ଯାଇଥାଏ , ଯାହାଦ୍ୱାରା ମଣିଷ ବେହୋସ ହୋଇ ପଡ଼ିଯାଏ l
– ବ୍ୟକ୍ତିର ହୃତ ସ୍ପନ୍ଦନ ଖୁବ ଶୀଘ୍ର ବଢି ଯାଇଥାଏ ଓ ସେ ସାଧାରଣ ଭାବରେ ନିଶ୍ୱାସ ନେଇପାରେ ନାହିଁ l
– ପୀଡିତ ବ୍ୟକ୍ତିର ପଲସ ଓ ବ୍ଲଡ଼ ପ୍ରେସର ଅଟକି ଯାଇଥାଏ l ଏପରି ସ୍ଥିତି ରେ ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶରେ ରକ୍ତ ଠିକ ଭାବରେ ପହଂଚି ପାରି ନଥାଏ l
କିପରି କାର୍ଡିଆକ ଆରେଷ୍ଟ ରୁ ରକ୍ଷା ପାଇବେ –
– ସର୍ବ ପ୍ରଥମେ ହେଲଦି ରହିବା ଜରୁରୀ l କମ ତେଲ ଯୁକ୍ତ ଖାଦ୍ୟ, କମ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ, ମିଠା ଜିନିଷ ଖାଇବା ଉଚିତ ନୁହେଁ ଓ ମୋଟାପା ନିୟନ୍ତ୍ରଣ ରଖିବା ଜରୁରୀ l
– ହେଲଦି ଲାଇଫଷ୍ଟାଇଲ ବଞ୍ଚନ୍ତୁ l ନିଜ ଜୀବନ ରେ ଖାଇବା, ପିଇବା ଓ ଶୋଇବା ସବୁକିଛି ର ସମୟ ଠିକ ରଖିବା ଜରୁରୀ l ଏହାଦ୍ୱାରା ଆପଣଙ୍କ ଲାଇଫ ବାଲାନ୍ସ ରହିବ ଓ ଟେନ୍ସନ କମ ହେବ l
– ମଦ୍ୟପାନ ଓ ଧୂମପାନ ଠାରୁ ଦୁରେଇ ରୁହନ୍ତୁ l ନଚେତ ହାର୍ଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ହୋଇପାରେ l ମଦ ଓ ସିଗାରେଟ ହାର୍ଟ କୁ ଅସୁସ୍ଥ କରିଥାଏ l
