Odisha news

ଆଜି ବୁଧବାରରେ କରନ୍ତୁ ଏହି ଉପାୟ : ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ହେବ ସୁଖମୟ

0

ବୁଧବାର ଦିନ ଆମେ ବିଘ୍ନ ହର୍ତା ଗଣେଶଙ୍କୁ ସମର୍ପଣ କରିଥାଉ l ସମସ୍ତ କାର୍ଯ୍ୟରେ ସଫଳତା ପାଇଁ, କଷ୍ଟରୁ ମୁକ୍ତି ପାଇଁ ବୁଧବାର ଦିନ ଗଣପତିଙ୍କ ବ୍ରତ ରଖା ଯାଇଥାଏ l ଏହା ବ୍ୟତୀତ ବୁଧବାର ଦିନ ଜ୍ୟୋତିଷ ଉପାୟ ଦ୍ୱାରା ମଧ୍ୟ ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ l ଯାହାଦ୍ୱାରା ବ୍ୟବସାୟ, ଚାକିରୀ ରେ ସଫଳତା ପ୍ରାପ୍ତି ହୋଇଥାଏ ତା ସହିତ ଧନଦୌଲତ ବୃଦ୍ଧି ମଧ୍ୟ ହୋଇଥାଏ l

ଆସନ୍ତୁ ଜାଣିବା ବୁଧବାର ଦିନ କେଉଁସବୁ ଉପାୟକୁ କରିବା ଦ୍ୱାରା ଜୀବନ ରେ ସଫଳତା ଲାଭ କରିବେ –

* ବୁଧବାର ଦିନ ଗଣପତିଙ୍କୁ ପୂଜା କରିବା ସମୟରେ ୨୧ କେରା ଦୁବ ଘାସ ନିହାତି ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ଗଣପତି ଖୁବ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି ଓ ଗଣପତିଙ୍କ ମନ ଖୁବ ଶୀଘ୍ର ମଧ୍ୟ ସନ୍ତୁଷ୍ଟ ହୋଇଥାଏ l

* ଯଦି ଆପଣଙ୍କ କୁଣ୍ଡଳୀ ରେ ବୁଦ୍ଧଗ୍ରହ ଦୁର୍ବଳ ଅଛନ୍ତି ତେବେ କୌଣସି ଦରିଦ୍ରକୁ ଭୋଜନ କରାନ୍ତୁ l ଏହା ସହିତ ଗାଈକୁ ଶସ୍ୟ ଖାଇବାକୁ ଦିଅନ୍ତୁ l ଏପରି କଲେ ଆପଣଙ୍କ କୁଣ୍ଡଳୀ ରେ ବୁଦ୍ଧ ଦୋଷ କଟିଯିବ l

* ଜୀବନରେ ସମସ୍ତ ସମସ୍ୟା ଠାରୁ ରକ୍ଷା ପାଇବା ପାଇଁ ବୁଧବାର ଦିନ ଗାଈକୁ ଦୁବ ଘାସ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ଆର୍ଥିକ ଉନ୍ନତି ସହିତ ଭଗବାନ ଙ୍କ କୃପା ଲାଭ ହେବ l

* ଯଦି ଆପଣ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ପ୍ରତି ବୁଧବାର ଦିନ ଗଣପତିଙ୍କୁ ସିନ୍ଦୁର ଲଗାନ୍ତୁ ଓ ଏହାପରେ ଏହି ସିନ୍ଦୁର କୁ ନିଜ ମସ୍ତକରେ ଲଗାଇ ଯେ କୌଣସି କାମରେ ଯାଇ ପାରିବେ l

* ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଗୁଡ଼ ପ୍ରସାଦ ଅର୍ପଣ କରନ୍ତୁ ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ ହେବ l ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l

* ଯଦି ନିଜ କ୍ୟାରିଅର ରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଗଣପତିଙ୍କ ନିକଟରେ ଗଣପତି ସ୍ତୋତ୍ର ପାଠ କରନ୍ତୁ, ଏହାପରେ ଗୋଟିଏ ଅଖଣ୍ଡ ଘିଅ ଦୀପ ଜଳାଇ ରଖନ୍ତୁ l

* ଘରେ ସକାରାତ୍ମକ ଉର୍ଜା ପାଇଁ ପ୍ରତି ବୁଧବାର ଦିନ କଦଳୀ ଗଛକୁ ପୂଜା କରିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଜୀବନରୁ ସମସ୍ତ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ l

Leave A Reply