ଧନ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଓ ଗୃହର କଳହ ନାଶ ପାଇଁ ବୁଧବାର ଦିନ ବିଘ୍ନ ହର୍ତା ଙ୍କ ନିକଟରେ କରନ୍ତୁ ଏହି ଉପାୟ
ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତା ଭାବରେ ଆମେ ଜାଣିଥାଉ l ମାନ୍ୟତା ରହିଛି ଯେ ଶ୍ରୀ ଗଣେଶ ନିଜ ଭକ୍ତ ର ସମସ୍ତ କଷ୍ଟକୁ ଦୂର କରି ଥାଆନ୍ତି l ଆପଣଙ୍କ ଜୀବନରେ ଯେ କୌଣସି ଅସୁବିଧା ଥାଉ ତାହାକୁ ଶ୍ରୀ ଗଣେଶ ହରଣ କରି ଥାଆନ୍ତି l ବୈଶାଖ ମାସରେ ମଧ୍ୟ ଗଣେଶ ପୂଜନ ର ଅନେକ ମହତ୍ୱ ରହିଛି , ତେଣୁ ଆପଣ ଶ୍ରୀ ଗଣେଶ ଙ୍କୁ ପୂଜା କରିବା ସହିତ ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ କରି ପାରିବେ l
* ଯଦି ଆପଣ ନିଜ ଜୀବନ ର ଆତ୍ମବିଶ୍ୱାସ କୁ ସବୁଦିନ ପାଇଁ ରଖିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ପ୍ରାତଃ ସମୟ ରୁ ସ୍ନାନ ଶୌଚ ହୋଇ ଶ୍ରୀ ଗଣେଶଙ୍କୁ ବିଧିବିଧାନ ଭାବରେ ପୂଜାର୍ଚନା କରନ୍ତୁ l ଗଣେଶ ଙ୍କୁ ଦୁବ ଓ ଅରୁଆ ଚାଉଳ ଅର୍ପଣ କରିବାକୁ ଭୁଲିବେ ନାହିଁ l ତା ସହିତ ଗଣେଶଙ୍କୁ ଗୁଡ଼ ଓ ଘିଅ ର ପ୍ରସାଦ ଅର୍ପଣ କରିବେ l ଏପରି କରି ଗଣପତିଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ l
* ଯଦି ଆପଣ ଦାମ୍ପତ୍ୟ ଜୀବନ ରେ ସୁଖ ସମୃଦ୍ଧି ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ ପିତଳ ଥାଳି ରେ କଦଳୀ ପତ୍ର ରଖି ସେଥିରେ ସିନ୍ଦୁର ରେ ସ୍ୱସ୍ତିକ ଚିହ୍ନ କରି ତାହା ଉପରେ ଗଣେଶଙ୍କୁ ସ୍ଥାପନା କରନ୍ତୁ l ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବ l
* ଯଦି ଆପଣ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଗାଧୋଇ ସାରି ଗଣେଶଙ୍କ ସମ୍ମୁଖ ରେ ଗୋଟିଏ ଆସନ ଉପରେ ବସି ଏହି ମନ୍ତ୍ର ଜପ କରନ୍ତୁ ‘ ଶ୍ରୀ ଗଣେସାୟ ନମଃ l ‘ ଏହାକୁ ୧୧ ଥର ଜପ କରିବା ପରେ ଗଣେଶଙ୍କୁ ନାଲି ପୁଷ୍ପ ଅର୍ପଣ କରନ୍ତୁ l ପ୍ରତିଟି କାର୍ଯ୍ୟରେ ପାଇବେ ସଫଳତା l
* ବ୍ୟବସାୟ ରେ ସଫଳତା ଲାଭ କରିବା ପାଇଁ ପ୍ରତି ବୁଧବାର ଦିନ ଗଣେଶଙ୍କୁ ପଇଡ଼ ଅର୍ପଣ କରନ୍ତୁ l ଏହି ନଡ଼ିଆରେ ଆପଣ ୧୧ ଟି ଦୁବ ଓ ୧୧ ଟି ବରକୋଳି ପତ୍ର କୁ ନାଲି ସୂତାରେ ବାନ୍ଧି ଗଣେଶଙ୍କ ନିକଟରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ l
* ଋଣଭାର ରୁ ମୁକ୍ତି ପାଇଁ ଆପଣ ପ୍ରତିଦିନ ଗଣପତି ଙ୍କ ନିକଟରେ ଓଂ ଗଣପତୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ l