Odisha news

ବୁଧବାର ଦିନ ଏହି ମନ୍ତ୍ର ପାଠ କରିବା ଦ୍ୱାରା ଜୀବନରୁ ଦୂର ହୋଇଥାଏ ସମସ୍ତ ବିଘ୍ନ ଓ ସୁଖମୟ ହୋଇଥାଏ ଜୀବନ

0

ବୁଧବାର ଦିନଟି ଗଣପତି ଙ୍କ ଦିନ ଅଟେ l ମାନ୍ୟତା ଅନୁସାରେ ଏହିଦିନ ଗଣପତିଙ୍କୁ ବିଧିବିଧାନ ଭାବରେ ପୂଜା କରାଗଲେ ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ l ଆମ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସପ୍ତାହର ପ୍ରତିଟି ଯେ କୌଣସି ଦେବଦେବୀ ଙ୍କୁ ସମର୍ପିତ ହୋଇଛି l ସେହିଭଳି ବୁଧବାର ଦିନ ଟି ଗଣପତି ଙ୍କୁ ସମର୍ପିତ ହୋଇଥାଏ l

– ମାନ୍ୟତା ଅନୁସାରେ ଗଣପତି ମହାପ୍ରଭୁ ଙ୍କ ପ୍ରିୟ ଅଟେ ଡୁବେଘାସ l ଯଦି ଏହିଦିନ ଗଣପତିଙ୍କୁ ନିକଟରେ ଦୂବଘାସ ଓ ଦୁଗ୍ଧ ଅର୍ପଣ କରାଯାଏ ତେବେ ସେ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ସମସ୍ତ ବିଘ୍ନ ଦୂର କରନ୍ତି l

– ଜ୍ୟୋତିଷ ଶାସ୍ତ୍ର ରେ ଗଣପତି ଭଗବାନ ଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଇ ଥାଏ l ତେଣୁ ଏହିଦିନ ଯଦି ଆମେ ଗଣପତି ଙ୍କ ନିକଟରେ ଏହି ଗୋଟିଏ ମନ୍ତ୍ର କୁ ପାଠ କରିବା ତେବେ ଆମ ଜୀବନରେ ସୁଖ ସମୃଦ୍ଧି ପୁର୍ଣ ହୋଇ ଉଠିବ l ମନ୍ତ୍ରଟି ହେଲା –
” ଓଂ ଏକଦନ୍ତlୟ ବିଦମହେ,ଵକ୍ରତୁଣ୍ଡlୟ ଧୀମହୀ ତତ୍ର ବୁଦ୍ଧି ପ୍ରଚୋଦୟାତ “l

– ଗଣପତିଙ୍କୁ ଏହି ମନ୍ତ୍ରକୁ ୧୦୮ ଥର ପ୍ରତି ବୁଧବାର ଦିନ ପାଠ କଲେ ସେ ପ୍ରସନ୍ନ ହୋଇ ଥାଆନ୍ତି ଓ ଜୀବନରୁ ଦରିଦ୍ରତା ଦୂର ହୋଇଥାଏ l

– ଗଣେଶ ଗାୟତ୍ରୀ ମନ୍ତ୍ର ପାଠ କଲେ ଭାଗ୍ୟ ଉଦୟ ହୋଇ ମଣିଷ ନୂତନ କର୍ମ ପ୍ରାପ୍ତ କରେ ଓ ପୂର୍ବ ପାପ ର ବିନାଶ ହୋଇଥାଏ l

– ବୁଧବାର ଦିନ ପାଠ କରନ୍ତୁ ଗଣେଶ କୁବେର ମନ୍ତ୍ର ଓ ଆର୍ଥିକ ଅସୁବିଧା ରୁ ଦୁରେଇ ରୁହନ୍ତୁ l ପ୍ରତି ବୁଧବାର ଦିନ ୧୧ ଥର ଏହି ଗଣେଶ କୁବେର ମନ୍ତ୍ର ଜପ କରନ୍ତୁ –
“ଓଂ ନମୋ ଗଣପତୟେ କୁବେର ୟେକଦୃକୋ ଫଟ ସ୍ୱାହା l “

Leave A Reply