ଆଜି ଗଣେଶ ଚତୁର୍ଥୀ : ଆସନ୍ତୁ ଜାଣିବା ଗଣେଶଙ୍କ ଜନ୍ମ କିପରି ହୋଇଥିଲା ଓ କୌଣସି ଶୁଭ କାମ କରିବା ଆଗରୁ ଗଣେଶଙ୍କୁ କାହିଁକି ପୂଜା କରାଯାଏ
ଆମ ହିନ୍ଦୁ ଧର୍ମରେ ଯେ କୌଣସି ପୂଜା କରାଯାଉ ସେଥିରେ ଆଦି ଦେବତା ଶ୍ରୀ ବିଘ୍ନ ବିନାଶକ ଙ୍କୁ ସର୍ବ ପ୍ରଥମେ ପୂଜା କରାଯାଏ। କାରଣ ଏହାର ବିଶେଷ ଭାବରେ ଗୋଟିଏ କାରଣ ରହିଛି ।
ମାତା ପାର୍ବତୀ ଙ୍କ ର ମାନସ ପୁତ୍ର ଶ୍ରୀ ଗଣେଶ ଅଟନ୍ତି । ଶ୍ରୀ ଗଣେଶଙ୍କ ଆବିର୍ଭାବ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହୋଇଥାଏ । ଏହିଦିନ ଆମ ଭାରତ ବର୍ଷରେ ପ୍ରତେକଟି ରାଜ୍ୟରେ ଓ ଘରେ ଘରେ ଗଣେଶ ମହୋତ୍ସବ ପାଳନ ହୁଏ ।
ପୁରାଣର ବର୍ଣ୍ଣନା ଅନୁସାରେ ମାତା ପାର୍ବତୀ ଙ୍କ ର ମାନସ ପୁତ୍ର ଅଟନ୍ତି ଶ୍ରୀ ଗଣେଶ । ଏକଦା ମାତା ପାର୍ବତୀ ସ୍ନାନ କରୁଥିବା ସମୟରେ ଭଗବାନ୍ ଭୋଳା ନାଥ ତାଙ୍କୁ ସାକ୍ଷାତ କରିବାକୁ ଚାହିଁ ଥିଲେ , କିନ୍ତୁ ପ୍ରବେଶ ଦ୍ଵାରରେ ନନ୍ଦୀ ଓ ଶିବ ଗଣ ପାର୍ବତୀଙ୍କ ଆଦେଶ ମାନି ତାଙ୍କୁ ଅଟକାଇ ବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ଥିଲେ । ଏହାପରେ ମହାଦେବ ଙ୍କୁ ପାର୍ବତୀ ଗାଧୋଇବା ସମୟରେ ଦେଖି ଆଶ୍ଚର୍ଯ୍ୟ ହେଲେ ଓ କହିଲେ ମୁଁ ଆଦେଶ ଦେଇଥିଲି ମୋ ସ୍ନାନ ସମୟରେ କେହି ଆସିବେ ନାହିଁ , ଆପଣ କିପରି ଭିତରକୁ ଆସିଲେ ? ଏହା ଶୁଣି ମହାଦେବ କହିଲେ ଶିବଗଣ କେମିତି ବା ମତେ ଅଟକାଇବେ । ଏହି ଉତ୍ତର ପାର୍ବତୀ ଙ୍କୁ ବ୍ୟଥିତ କରିଥିଲା । ସେ ମନରେ ଚିନ୍ତା କଲେ ଯେ ନିଜର ଗୋଟିଏ ମାନସ ପୁତ୍ରକୁ ଜନ୍ମ ଦେବେ ।
ଏହାପରେ ନିଜ ଶରୀରରେ ଲଗାଇ ଥିବା ହଳଦୀ ରେ ସେ ଗୋଟିଏ ମୂର୍ତ୍ତି ତିଆରି କଲେ ଓ ତାକୁ ଜିବଦାନ ଦେଲେ । ସେ ସିବଗଣଙ୍କ ର ମୁଖ୍ୟ ହୋଇଥିବା କାରଣରୁ ତାର ନାମ ଗଣେଶ ରଖିଲେ ।
ଏହାପରେ ଥରେ ପାର୍ବତୀ ସ୍ନାନ କରୁଥିବା ସମୟରେ ଗଣେଶ ଙ୍କୁ କହିଲେ ” ପୁତ୍ର ତମେ ଏଇ ଠାରେ ଜଗିଥାଅ ଭିତରକୁ କାହାକୁ ଆସିବାକୁ ଦେବ ନାହିଁ । ଏହି ସମୟରେ ମହାଦେବ ଯାଇ ପାର୍ବତୀଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଲେ । କିନ୍ତୁ ଗଣନାୟକ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ । ମହାଦେବ ତାଙ୍କୁ ପଚାରି ଥିଲେ ତମେ କିଏ ? ସେ କହିଲେ ମୁଁ ପାର୍ବତୀ ନନ୍ଦନ ଗଣେଶ ।
ଏହାପରେ ମହାଦେବ ଓ ଗଣେଶ ଙ୍କ ମଧ୍ୟରେ ଯୁଦ୍ଧ ହେଲା । ସେହି ଯୁଦ୍ଧ ରେ ଗଣେଶ ଙ୍କ ର ମୁଣ୍ଡ କାଟ କରିଥିଲେ ମହାଦେବ । ଏହାପରେ ସ୍ବର୍ଗ ରୁ ମର୍ତ୍ତ୍ୟ ପର୍ଯ୍ୟନ୍ତ ପାର୍ବତୀଙ୍କ କ୍ରନ୍ଦନରେ ପ୍ରକମ୍ପିତ ହୋଇ ଉଠିଲା । ଦେବତା ଗଣ ଙ୍କ ମଧ୍ୟରେ ଭାଳେଣୀ ପଡିଗଲା । କାରଣ ମା ଜଗତ ଜନନୀ ଯଦି ଯନ୍ତ୍ରଣା ପାଇବେ ସାରା ବ୍ରହ୍ମାଣ୍ଡ ଯନ୍ତ୍ରଣାରେ କଷ୍ଟ ପାଇବ । ଏହାପରେ ସବୁ ଦେବଗଣ କୈଳାସ ରେ ପହଞ୍ଚି ଥିଲେ।
ମହାଦେବ ତାଙ୍କ ଶିବ ଗଣ ଙ୍କୁ ଆଦେଶ ଦେଇଥିଲେ ଯେ ଉତ୍ତର ଦିଗକୁ ଯେଉଁ ଶାବକ ମୁଣ୍ଡ କରି ଶୋଇଥିବ ତାର ମୁଣ୍ଡ କାଟି ଆଣିଲେ ଗଣେଶଙ୍କୁ ଜିବଦାନ ଦିଆଯିବ । ଏହାପରେ ଶିବାଗଣ ଦେଖିଲେ ଉତ୍ତର ଦିଗକୁ ଗୋଟିଏ ହାତୀ ଛୁଆ ମୁଣ୍ଡ କରି ସୋଇଛି , ତାର ମୁଣ୍ଡ କାଟି ଆଣିବା ପରେ ତାହା ଗଣେଶ ଙ୍କ ଶରୀରରେ ଯୋଡ଼ା ହେଲା । ଏହା ପରେ ବ୍ରହ୍ମା ତାଙ୍କୁ ଜିବଦାନ ଦେଲେ । ବିଷ୍ଣୁ ସେହି ସମୟରେ କହିଥିଲେ ଯେ ହେ ଗଣପତି ଆଜିଠୁ ଯେ କୌଣସି ଧର୍ମ କାର୍ଯ୍ୟ ହେବ ସେଥିରେ ଆଦି ଦେବତା ଭାବରେ ତମକୁ ପ୍ରଥମେ ପୂଜନ କରାଯିବ ।
ଏହିଦିନ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଫିସ ଗୁଡିକରେ ଗଣପତି ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଶିକ୍ଷାର୍ଥୀ ମାନଙ୍କ ପାଇଁ ମଧ୍ୟ ଗଣେଶ ଚତୁର୍ଥୀ ଦିନଟି ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହିଦିନ ଆମ ହିନ୍ଦୁ ପରିବାରର ପ୍ରତେକ୍ ଘରେ ଗଣପତିଙ୍କୁ ସ୍ଥାପନା କରାଯାଇ ପୂଜା କରାଯାଏ । ସମସ୍ତେ ନୂତନ ବସ୍ତ୍ର ଧାରଣ କରନ୍ତି ଓ ନିଜର ମନ ସ୍କାମନା ମନାସି ବିଧିବଦ୍ଧ ଭାବରେ ପୂଜା କରନ୍ତି । ସାରା ଭାରତ ବର୍ଷରେ ଗଣେଶ ଉତ୍ସବ ଖୁବ୍ ଯାକ ଜମକ ଭାବରେ ପାଳିତ ହୁଏ , କିନ୍ତୁ ମହାରାଷ୍ଟ୍ରରେ ଗଣେଶ ଉତ୍ସବ ସାରା ଭାରତ ବର୍ଷରେ ପ୍ରସିଧ ଅଟେ । ବହୁ ଦୂର ଦୁରାନ୍ତରୁ ଲୋକମାନେ ଗଣେଶ ଉତ୍ସବ ଦେଖିବାକୁ ମହାରାଷ୍ଟ୍ର ଆସନ୍ତି ।
Comments are closed.