ଚଳିତ ମାସ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୦ ତାରିଖ ଦିନ ପଡୁଛି l ଏହିଦିନ ସାରା ଭାରତବର୍ଷ ରେ ଗଣେଶ ଉତ୍ସବ ପାଳିତ ହେବ l ଏହିଦିନ ସମସ୍ତ ମନ୍ଦିର ଓ ପୂଜା ପେଣ୍ଡାଲ ଗୁଡିକରେ ଗଣେଶଙ୍କୁ ସୁସାଜିତ ତ୍ବରଣ ଲଗାଇ ପୂଜା ଅର୍ଚନା କରାଯିବ l ତେଣୁ ଏହିଦିନ ଏପରି କିଛି ଉପାୟ କରିବା ପାଇଁ ଶାସ୍ତ୍ର ରେ କୁହାଯାଇଛି ଯାହାଦ୍ୱାରା ଜୀବନରେ ସବୁଦିନ ଖରାପ ସମୟ ଦୂରେଇଯିବ ଓ ମିଳିବ ସଫଳତା l
-ଗଣେଶଙ୍କୁ ଆଦି ଦେବତା ଭାବରେ ପୂଜା କରାଯାଇଥିବା କାରଣରୁ ତାଙ୍କର ପୂଜା ଦିନ ଗଣପତି ଅଥର୍ବ ଶୀର୍ଷ ପାଠ କରାଯାଇଥାଏ l ଏହାକୁ ପାଠ କଲେ ଜୀବନରେ ବିପତି ଦୂରେଇ ଯାଇଥାଏ l
– ଗଣେଶ ଯନ୍ତ୍ର ଘରେ ରଖି ପୂଜା କରିବା ଖୁବ ଶୁଭ ଅଟେ l ଗଣେଶ ଚତୁର୍ଥୀ ଦିନ ଏହି ଗଣେଶ ଯନ୍ତ୍ରକୁ ସ୍ଥାପନା କରନ୍ତୁ ଏହି ମନ୍ତ୍ରକୁ ସ୍ଥାପନା କରିବା ଦ୍ୱାରା ଘରର ସମସ୍ତ ଖରାପ ଶକ୍ତି ହ୍ରାସ ପାଇଥାଏ ଓ ଜୀବନରେ ସ୍ଥିରତା ଆସିଥାଏ l
– ଗଣେଶଙ୍କ ନିକଟରେ ଗୁଡ଼ ଓ ଘିଅ ଭୋଗ ଲଗାନ୍ତୁ l ଏହାପରେ ସେହି ଗୁଡ଼ ଘିଅ କୁ ଗାଈ କୁ ଖୁଆଇ ଦିଅନ୍ତୁ , ଦେଖିବେ ଏହି ଉପାୟ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବ l ନଚେତ ଶ୍ରୀ ଗଣେଶଙ୍କୁ ୨୧ ଟି ଗୁଡ଼ ରେ ପ୍ରସ୍ତୁତ ଗୁଳି ଦୁବ ସହିତ ଅର୍ପଣ କରନ୍ତୁ , ଆପଣଙ୍କର ସମସ୍ତ ମନ ଇଛା ପୁରାଣ ହେବ
– ଯଦି ଆପଣ ଚାକିରିଆ ତେବେ ଗଣେଶଙ୍କୁ ୫ଖଣ୍ଡ ହଳଦୀ ଶ୍ରୀ ଗଣାଧିପତୟେ ନମଃ ଉଚ୍ଚାରଣ କରି ଅର୍ପଣ କଲେ ଆପଣଙ୍କର ପ୍ରମୋସନ ହେବ l
– ଗଣେଶ ଚତୁର୍ଥୀ ଦିନ ଗରିବଙ୍କୁ ଦାନ ଧର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l
– ଯଦି କନ୍ୟାର ବିଭାହ ହୋଇ ପାରୁନାହିଁ , ତେବେ ଏହିଦିନ ଗଣେଶଙ୍କ ନିକଟରେ ଗୋଟିଏ ଗୋଟାଗୁଆ ନାଲି କପଡ଼ାରେ ବାନ୍ଧି ରଖି ଦିଅନ୍ତୁ l ଦେଖିବେ କନ୍ୟାର ବିଭାହ ଖୁବ ଶୀଘ୍ର ହୋଇଯିବ l
– ଯଦି ସବୁ ସମୟରେ ରୋଗ ଗ୍ରସ୍ତ ହେଉଛନ୍ତି ତେବେ ଏହିଦିନ ଗଣେଶଙ୍କ ନିକଟରେ କଳସ ବସାଇ ଗଣେଶ ସ୍ତୁତି ପାଠ କରନ୍ତୁ l ଦେଖିବେ ଘରୁ ରୋଗ ବୈରାଗ୍ୟ ଦୁରେଇ ଯିବ l
Comments are closed.