Odisha news

ଗଣେଶ ଚତୁର୍ଥୀ ରେ ନିଜ ମନୋସ୍କାମନା ପୁରଣ କରିବା ପାଇଁ କରନ୍ତୁ ଏହି ସବୁ ଉପାୟ

ଆଦି ଦେବତା ଶ୍ରୀ ବିଘ୍ନ ବିନାଶକ ଙ୍କ ଆବିର୍ଭାବ ଭାଦ୍ରବମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ହୋଇଥାଏ । ଚଳିତ ବର୍ଷ ଏହା ସେପ୍ଟେମ୍ବର ମାସ ୧୦ ତାରିଖ ରେ ପଡ଼ୁଚି । ଏହିଦିନ ଶ୍ରୀ ଗଣ ପତିଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ । ଯେ କୌଣସି ପୂଜା ରେ ହେଉ କି ଶୁଭ କାର୍ଯ୍ୟରେ ହେଉ ସର୍ବ ପ୍ରଥମେ ଗଣପତି ଙ୍କୁ ପୂଜା କରାଯାଏ ।
– ଗଣେଶ ଚତୁର୍ଥୀ ଦିନ ବିଘ୍ନ ବିନାଶକ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାଲି ଫୁଲ , ନାଲି ବସ୍ତ୍ର ଅର୍ପଣ କରନ୍ତୁ ଏବଂ ଏହାପରେ ତାଙ୍କ ନିକଟରେ ଗଣେଶ ସ୍ତୁତି ପାଠ କରନ୍ତୁ । ଦେଖିବେ ପଡ଼ି ରହିଥିବା ସମସ୍ତ କାର୍ଯ୍ୟ ହୋଇଯିବ ।
– ନିଜ ଘରର ଆର୍ଥିକ ସ୍ଥିତି କୁ ସୁଦୃଢ଼ କରିବା ପାଇଁ ଘରେ ସ୍ୱେତାର୍କ ଗଣପତି ସ୍ଥାପନା କରି ଗଣପତି ଙ୍କ ସ୍ତୁତି ୧୦୮ ଥର ଜପ କରିବା ଉଚିତ୍ ।
– ଶତ୍ରୁ ନାସ ପାଇଁ ଗଣପତିଙ୍କର ନିକଟରେ ‘ ହସ୍ତୀ ପିଶାଚି ଲିଖେ ସ୍ୱାହା ‘ ଜପ କରନ୍ତୁ । ରକ୍ତ ଚନ୍ଦନ ଓ ନାଲି ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଶତ୍ରୁ ହାନି ହୋଇଥାଏ ।
– ଶକ୍ତି ବିନାୟକ ଗଣପତି ଙ୍କୁ ପୂଜା କଲେ ଆପଣ ସର୍ବ ଶକ୍ତିମାନ ହୋଇ ପାରିବେ । ତା ସହିତ ଜୀବନରେ ଆପଣ କୌଣସି ଅସୁବିଧା ଭୋଗ କରିବେ ନାହିଁ ।
– ଋଣ ଭାରରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଗଣେଷଙ୍କ ନିକଟରେ ‘ ଓଁ ନମଃ ବିଘ୍ନ ହରାୟ , ବିଘ୍ନ ଶ୍ୱରୟ , ଙ୍ଗ ଗଣପତାୟେ ନମଃ ‘ ଏହି ମନ୍ତ୍ରକୁ ନିୟମିତ ଜପ କରିବା ଉଚିତ୍ ।
– ଗଣପତି ଙ୍କ ନିକଟରେ ଯେତେବେଳେ ମଧ୍ୟ ପ୍ରାର୍ଥନା କରୁଛନ୍ତି ମନେ ରଖନ୍ତୁ ହାତରେ ଦୁବ ଘାସ ଓ ଅରୁଆ ଚାଉଳ ଧରି ପ୍ରାର୍ଥନା କରନ୍ତୁ ଓ ପ୍ରାର୍ଥନା ଶେଷରେ ସେହି ଦୁବ ଚାଉଳକୁ ଗଣପତି ଙ୍କ ନିକଟରେ ଅର୍ପଣ କରନ୍ତୁ । ଦେଖିବେ ସମସ୍ତ ପ୍ରକାର ବିପଦ ଜୀବନରୁ ଦୂରେଇ ଯିବ ।

Comments are closed.