Odisha news

ବୁଧବାର ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ ଏହିସବୁ କାର୍ଯ୍ୟ , ଗଣପତି ଅସନ୍ତୁଷ୍ଟ ହେବା ସହିତ ମିଳିଥାଏ ଅସଫଳତା

ବୁଧବାର ଦିନଟି ଗଣପତିଙ୍କୁ ସମର୍ପିତ l ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଏହିଦିନ କିଛିଟା ଏପରି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇ ଥାଏ ଓ ଜୀବନରେ ଚିନ୍ତା ଅସୁବିଧା ବଢିବାକୁ ଲାଗିଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେବି ଜୀବନରେ କନ୍ୟାଙ୍କ ଅପମାନ କରିବା ଉଚିତ ନୁହେଁ l ଯଦି ବୁଧବାର ଦିନ କୌଣସି ଛୋଟ ଝିଅ ମିଳୁଛି ତେବେ ତାକୁ ବିଶେଷ ଆଦର କରିବା ଆବଶ୍ୟକ l ଏହା ବ୍ୟତୀତ ବୁଧବାର ଦିନ ଯଦି ଆପଣଙ୍କୁ କୌଣସି କିନ୍ନର ମିଳି ଯାଉଛି ତେବେ ତାକୁ ଦାନ ଦେବା ଆବଶ୍ୟକ l

* ବୁଧବାର ଦିନ ଦୁଗ୍ଧ ପୋଡିବା ଶୁଭ ନୁହେଁ l ଯଦି ନିଜ ଜୀବନରେ ଚିନ୍ତା କମାଇବାକୁ ଚାହୁଁଛନ୍ତି ତେବେ ଏହିଦିନ ଷଣ୍ଢକୁ ଡୁବଘାସ ଓ ଅରୁଆ ଖାଇବାକୁ ଦେବା ଦ୍ୱାରା ସୁଖ ସମୃଦ୍ଧି ଲାଭ ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧୁବାର ଦିନ ପୁରୁଷ ମାନେ ଶ୍ୱଶୁର ଘରକୁ ଯିବା ଉଚିତ ନୁହେଁ l ମାନ୍ୟତା ଅନୁସାରେ ବୁଧବାର ଦିନ ଯେ କୌଣସି ଶୁଭ କାର୍ଯ୍ୟରେ ଯିବା ଫଳପ୍ରଦ ଅଟେ l ଏହିଦିନ ବିଶେଷ ଭାବରେ ଗଣପତିଙ୍କୁ ନାଲି ବସ୍ତ୍ର ପିନ୍ଧା ଯାଇଥାଏ l ପୁରାଣ ଅନୁସାରେ ନାଲି ବସ୍ତ୍ର ପିନ୍ଧାଇଲେ ଶୁଭ ସୂଚନା ମିଳିଥାଏ l

* ବୁଧୁବାର ଦିନ ଘରୁ ବାହାରିଲା ବେଳକୁ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ଯିବା କଥା , କାରଣ ପୌରାଣିକ ମାନ୍ୟତା ଅନୁସାରେ ଗଣପତି ଯେ କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳକୁ ମାତା ପିତାଙ୍କ ଆଶୀର୍ବାଦ ନେଇ ଯାଉଥିଲେ l ତେଣୁ ଏହାର ବିଶେଷ ମହତ୍ୱ ରହିଛି l

* ବୁଧୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ଗଣପତିଙ୍କୁ ସ୍ମରଣ କରି କଳସ ସ୍ଥାପନା କରିବା ଦ୍ୱାରା ଜୀବନରୁ ସଙ୍କଟ ଦୂର ହୁଏ ଓ ବୈବାହିକ ଜୀବନରୁ ସଙ୍କଟ ଦୂର ହୋଇଥାଏ l

Comments are closed.