ନୂଆଦିଲ୍ଲୀ : ପୂର୍ବ ଲଦାଖ ର ବାସ୍ତବିକ ନିୟନ୍ତ୍ରଣ ରେଖା (LAC )ଗଲୱାନ୍ ଘାଟିରେ ଚୀନ ସୈନ୍ୟଙ୍କ ସହିତ ଭାରତୀୟ ଜୱାନଙ୍କ ମଧ୍ୟରେ ରକ୍ତପାତ ସଂଘର୍ଷ ହୋଇଥିଲା । ଗତବର୍ଷ ଜୁନ୍ ୧୫ ତାରିଖ ଦିନ ଏହି ସଙ୍ଘର୍ଷ ହୋଇଥିଲା । ଏହି ରକ୍ତାକ୍ତ ସଂଘର୍ଷ ରେ ଭାରତୀୟ ଯୱାନ୍ ୨୦ଜଣ ଶହିଦ ହୋଇଥିଲେ । ଏହି ଅବସରରେ ଫାୟାର ଏଣ୍ଡ ଫ୍ୟୁରି ପକ୍ଷରୁ ସହିଦ୍ ଜୱାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏହାର ମୁଖ୍ୟ ମେଜର ଜେନେରାଲ ଆକାଶ କୌସିକ ଲେହ ଠାରେ ସହିଦ୍ ସ୍ମାରକ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ୱାର୍ ମେମୋରିଆଲ ରେ ମଧ୍ୟ ସେହି ୨୦ଜଣ ଗଲୱନ୍ ସହିଦ୍ ଯୱାନ୍ ଙ୍କର ନାମ ଲେଖା ଯାଇଛି , ଯେଉଁ ମନେକି ତାଙ୍କ ସଂଖ୍ୟା ଠାରୁ ଦୁଇଗୁଣ ଅଧିକ ଥିଲା ସେମାନଙ୍କୁ ଭୟ ଦେଖାଇ ଶତ୍ରୁ କେବେ ନଭୂଲିବା ଭଳି ପରାକ୍ରମ ଦେଖାଇଥିଲେ ।
ଭାରତୀୟ ସୈନ୍ୟ ମଧ୍ୟ ଗଲ୍ୱାନ ଘାଟିରେ ସହିଦ୍ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥଳ ସୈନ୍ୟ ପକ୍ଷରୁ ସେହି ବୀର ଯୱାନ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା ଯେଉଁମାନେ ଭାରତ ମାତା ପାଇଁ ନିଜର ବଳିଦାନ ଦେଇଛନ୍ତି ।
ପୂର୍ବ ଲଦାଖ ର ଗଲୱାନ ଘାଟିରେ ଆଜିକୁ ଠିକ୍ ଏକ ବର୍ଷ ତଳେ ଭାରତୀୟ ସୈନ୍ୟ ଚୀନ ସୈନ୍ୟଙ୍କୁ କେବେ ନଭୁଲିବା ଭଳି ଶିକ୍ଷା ଦେଇଥିଲେ । ଏହି ଉତେଜନା ରେ ବିହାର ରେଜୀମେଣ୍ଟ ର ୨୦ଜଣ ସୈନ୍ୟ ସହିଦ୍ ହୋଇଥିଲେ । ସେହି ସହିଦ୍ ମାନଙ୍କ ପଦଚିହ୍ନ କୁ ଅନୁସରଣ କରି ଆଜି ମଧ୍ୟ ଗଲୱାନ୍ ଘାଟିରେ ଭାରତ ମାତାର ବୀର ପୁତ୍ର ମାନେ ଶତ୍ରୁ ଜଗି ରହିଛନ୍ତି ।
ଏହି ବଳିଦାନ ବ୍ୟର୍ଥ ଯାଇନାହିଁ , ଆହୁରି ଅଧିକ ଯୋସ୍ ଭାରିଦେଇଛି । ମା ଭାରତୀ ର ପୁତ୍ର ମାନେ କେବେବି ଥକି ନଥାନ୍ତି । ସେମାନେ ଦେଶ ମାତୃକା ପାଇଁ ସବୁବେଳେ ଜାଗ୍ରତ ପ୍ରହରୀ । ଗତ ଏକ ବର୍ଷ ଭିତରେ ଏହି ଜୋସ୍ ଆହୁରି ଅଧିକ ବଢ଼ି ଯାଇଛି । ସେମାନେ କର୍ମରେ ବୀର ଧର୍ମରେ ବୀର , ତେଣୁ କର୍ତ୍ତବ୍ୟ ପଥରେ ଅଟଳ । ସେହି ବୀର ଜୱାନଙ୍କୁ କୋଟି କୋଟି ପ୍ରଣାମ
Comments are closed.