Odisha news

ଗଜପତି : ପାରିବାରିକ କଳହରୁ କରୁଣ ପରିଣତି , ପୁଅ ର ଟାଙ୍ଗିଆ ଚୋଟ ରେ ବାପା ମୃତ

0
ଗଜପତି ( ପାରଳାଖେମୁଣ୍ଡି) : ଗରୁଡ଼ ଧ୍ୱଜ ଚୌଧୁରୀ : ପାରିବାରିକ କଳହରୁ କରୁଣ ପରିଣତି , ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ପେଜପାଣି ଗାଁ ରେ ଦେଖିବାକୁ ମିଳିଛି  ଅଭାବନୀୟ ଘଟଣା । ବାପାକୁ କୁରାଡିରେ ଅତି ନୃଂଶସ ଭାବେ ହତ୍ୟା କଲା ପୁଅ । ମୃତକ ହେଲେ ମୋହନା ଥାନା ଅନ୍ତର୍ଗତ ପେଜପାଣି ଗ୍ରାମର ବାପା ଦୁର୍ମନ ସବର (୫୫)। ଗତକାଲି ସଂନ୍ଧ୍ୟା ରେ ନିଜ ବାପାକୁ ବଡପୁଅ କେପାସ ଶବର କୁରାଡ଼ିରେ ହତ୍ୟା କରିବା ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ ଦୁର୍ମନ ଶବର  ଦୁଇଟି ସ୍ତ୍ରୀ ରଖିଥିବା ବେଳେ ଅନେକ ଦିନରୁ ଦୁଇ ସଉତୁଣୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା , ଦୁର୍ମନ ଶବରର ଦ୍ବିତୀୟ ସ୍ତ୍ରୀ ପୁଷ୍ପାଞ୍ଜଳି ଶବର ପାଖରେ ରହୁଥିଲେ , ଦୁଇ ସ୍ତ୍ରୀ ର ଗଣ୍ଡଗୋଳ ରୁ ସ୍ବାମୀ ଶୁକ୍ରବାର ପ୍ରଥମ ସ୍ତ୍ରୀ କୁ ଦୁହେଁ ମାରିବାକୁ ଉଦ୍ୟମ କରୁଥିଲେ ।
ଏ ଘଟଣା ପ୍ରଥମ ସ୍ତ୍ରୀ ର ପୁଅ ଜାଣିବା ପରେ ପ୍ରତିହିଂଶା ଭାବେ ଗତକାଲି ଗାଁ ତଳେ ନିଛାଟିଆ ଯାଗାରେ ପୁଅ କପାସ ଶବର ଛକି ରହି ଟାଙ୍ଗିଆରେ ହତ୍ୟା କରିଥିଲା, ପରବର୍ତ୍ତି ସ୍ଥଳେ ପ୍ରଥମ ସ୍ତ୍ରୀ ଥାନା ରେ ଦୁଇ ପୁଅ ନାଁରେ ଏତଲା ଦେଇଥିବା ବେଳେ ବଡ ପୁଅ କପାସ ଥାନାରେ ନିଜେ ମାରିଥିବା କୁରାଡା ସାଥିରେ ନେଇ ଆତ୍ମସମର୍ପଣ କରିଛି । ତେବେ ଘଟଣା ସ୍ଥାନରେ ଆର ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି ଓ ଥାନାଅଧିକାରୀ ସୁଜିତ ନାୟକ ସଦଳବଳେ ପହଞ୍ଚି ତଦନ୍ତ କରୁଛନ୍ତି l
ବାଇଟ – ୧- ପୁଷ୍ପାଞ୍ଜଳି ଶବର , ଦୁର୍ମନ ଙ୍କ ଦ୍ବିତୀୟ ସ୍ତ୍ରୀ
Leave A Reply