Odisha news

ଗଜପତି ଜିଲ୍ଲାରେ ଜଣେ କରନା ଆକ୍ରାନ୍ତଙ୍କ ମୃତ୍ୟୁ , ଆଜି ପୁଣି ଆଉ ୧୨ପୋଜେ ଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି୪୫୯ରେ ପହଞ୍ଚିଛି

0

ଗଜପତି (ପାରଳଖେମୁଣ୍ଡି) :    ରିପୋର୍ଟ ଗରୁଡ଼ଧ୍ୱଜ ଚୌଧୁରୀ ଅଙ୍କର-ଗଜପତି ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରନା, ଗୋଷାଣୀ ବ୍ଲକ ଅନ୍ତର୍ଗତ ଡାଳିମ୍ବପୁର ଗ୍ରାମର କୋଣ୍ଡ ଲା ରାଓଙ୍କ କରନା ଜନିତ ରୋଗରେ ମୃତ୍ୟୁ ହୋଇ ଥିବା ଜଣାପଡିଛି l ସେ ପୋଜେଟିଭ ଚିହ୍ନଟ ହେବା ପରେ ପ୍ରଥମେ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ ଓ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଗଜପତି ଜିଲ୍ଲପାଳ ଅନୁପମ ଶାହା ସୂଚନା ଦେଇଛନ୍ତି l

ଜିଲ୍ଲାରେ ଆଜି ପୁଣି ଆଉ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୧୦ଜଣ କରନା ଯୋଦ୍ଧା ହୋଇଥିବା ବେଳେ ୨ ଜଣ   ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଚିହ୍ନଟ ହୋଇଥିବା ସୂଚନା ମିଳଛି l ବର୍ତ୍ତମାନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟାବଢ଼ି  ୪୫୯ରେ ପହଞ୍ଚିଛିl ଏଥି ମଧ୍ୟରୁ ଜଣେ ଆକ୍ରାନ୍ତ ଗୋଷାଣୀ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ କାଶୀନଗର ବ୍ଲକ ରୁ ଚିହ୍ନଟ ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭି ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲାର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି l

ତେବେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନମଧ୍ୟ ଘୋଷଣା କରାଯାଉଛି l ବିଶେଷ କରି ସାମାଜିକ ଦୂରତା ମାସ୍କ ପରିଧାନ କରିବା କୁ ଗୁରୁତ୍ବ ଦେଇ ପ୍ରଶାସନ ଓପୋଲିସ ପକ୍ଷରୁ ଜନସାଧାରଣ ଙ୍କୁ ସଚେତନତା ମଧ୍ୟ କରୁଛନ୍ତି l ତଥାପି ଜନସାଧାରଣ କୋଭିଡ୍ ନିୟମକୁ ମନିବା, ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା  ମାନୁ ନଥିବା ଜଗୁଁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି l ପ୍ରଶାସନ ପକ୍ଷରୁ ବହୁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲେ ମଧ୍ୟ ଜନସାଧାରଣ ସତର୍କ ରହିବା ଜରୁରୀl ଦିନକୁ ଦିନଜିଲ୍ଲାର ସ୍ଥିତି ବିଗିଡି ବାରେ ଲାଗି ଥିବା ବେଳେ ପରିସ୍ଥିତି ଉଦବେଗ ଜନକ ହୋଇଛି l

Leave A Reply