ଗୋଟିଏ ପୋଷଣ ଯୁକ୍ତ ଖାଦ୍ୟରେ ଫଳ ସାମିଲ ରହିଛି l ନିଜ ଆହାରରେ ଫଳକୁ ସାମିଲ କରିବା ଗୋଟିଏ ସୁନ୍ଦର ଜୀବନ ର ଉଦାହରଣ ଅଟେ l କିନ୍ତୁ ବିଶେଷଜ୍ଞ ଙ୍କ ମତରେ ଅଧିକ ଫଳ ସେବନ ମଣିଷ କୁ ଅନେକ ରୋଗରେ ମଧ୍ୟ ପୀଡିତ କରିଥାଏ l ଅଧ୍ୟୟନ ଅନୁସାରେ ଏହା ଜଣା ପଡିଛି ଯେ ଫଳରେ ନେଚୁରାଲ ସୁଗାର ରହିଥାଏ , ଯାହା ଫ୍ରୁକଟୋଜ ନାମରେ ଜଣାଶୁଣା l ଏହା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଲାଭ ଦାୟକ ନୁହେଁ l ଯଦି ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ଆବଶ୍ୟକତା ଠାରୁ ଅଧିକ ଫଳ ସେବନ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ l
ଅଧିକ ମାତ୍ରାରେ ଫଳ ସେବନ ଶରୀର ପାଇଁ ଆଣିପାରେ ଏହିସବୁ ଅସୁବିଧା –
– ତରଭୁଜ, ଆମ୍ବ, ଲିଚୁ ଭଳି ଫଳରେ ରହିଥିବା ସରକାର ବ୍ଲଡ଼ ସୁଗାର କୁ ବୃଦ୍ଧି କରିଥାଏ l ସେଥିପାଇଁ ମଧୁମେହ ରୋଗୀ ମାନଙ୍କୁ ଏଭଳି ପ୍ରକାରର ଫଳ ସେବନ କରିବା ପାଇଁ ବାରଣ କରାଯାଇ ଥାଏ l
– କିଛି ଲୋକ ଭାବି ନିଅନ୍ତି ଫଳ ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ , ସେଭଳି ଲୋକେ ନିଜ ଖାଦ୍ୟରେ ପ୍ରଚୁର ମାତ୍ରାରେ ଫଳ ସାମିଲ କରନ୍ତି l ଅଧିକ ଫଳ ସେବନ ଦ୍ୱାରା ଏଥିରେ ଥିବା ଫ୍ରୁକଟୋଜ ଓଜନ ହ୍ରାସ ପରିବର୍ତେ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ତେଣୁ ଭାବିଚିନ୍ତି ଫଳ ସେବନ କରନ୍ତୁ l
– ବିଶେଷଜ୍ଞ ଙ୍କ ମତରେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ଫଳ l ଫଳ ଭୋକ କୁ ଶାନ୍ତ କରିଥାଏ କିନ୍ତୁ ମସ୍ତିଷ୍କ କୁ ଉତେଜିତ କରିଥାଏ l ଅଧିକ ଫ୍ରୁକଟୋଜ କାରଣରୁ ନ୍ୟୁରୋଇନଫ୍ଲେମେସନ ବ୍ରେନ ଡ଼ିସଇନଫେକ୍ସନ ଓ ଆକ୍ସିଡେଟିବ ଷ୍ଟ୍ରେସ ଭଳି ଅସୁବିଧାର ସମୁଖୀନ ହୋଇ ପାରନ୍ତି l ଚେଷ୍ଟା କରନ୍ତୁ ଫଳ ଯେପରି ସୀମିତ ମାତ୍ରାରେ ସେବନ କରିବେ l
– ଅଧିକ ଫଳ ସେବନ ଲିଭର ଉପରେ ପ୍ରଭାବ ପକାଇଥାଏ l ଲିଭର ରେ ଫ୍ୟାଟ ଜମିବାକୁ ଲାଗିଥାଏ l ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଆଲକୋହଲିକ ଫ୍ୟାଟି ଲିଭର କୁହାଯାଏ l
– ଫଳରେ ରହିଥିବା ଫ୍ରୁକ୍ଟୋଜ ୟୁରିକ ଏସିଡ କୁ ବଢ଼ାଇଥାଏ, ଯେଉଁ କାରଣରୁ ଅର୍ଥାରାଇଟିସ ସମସ୍ୟା ଓ କିଡନୀ ପ୍ରଭାବିତ ହୋଇଥାଏ ।
– ଗୋଟିଏ ଅଧ୍ୟୟନ ରେ ଜଣାପଡିଛି ଯେ ଫ୍ରୁକ୍ଟୋଜ୍ ଅଧିକ ମାତ୍ରାରେ ସେବନ ଦ୍ଵାରା ଇମ୍ୟୁନିଟି ସିଷ୍ଟମ ସଂପୂର୍ଣ୍ଣ ପ୍ରଭାବିତ ହୋଇଥାଏ ।
– କେଉଁ ସବୁ ଫଳରେ ଅଧିକ ଫ୍ରୁକ୍ଟୋଜ୍ ରହିଥାଏ -:
ଆଖୁ , କଦଳୀ ,ସେଓ , ତରଭୁଜ , ନାସପାତି , ଅଙ୍ଗୁର ଚେରି , ଆମ୍ବ , ଷ୍ଟ୍ରବେରୀ ରେ ଅଧିକ ଫ୍ରୁକ୍ଟୋଜ୍ ରହିଥାଏ । ଏହାଛଡା ଏହିସବୁ ଫଳ କୁ ରାତ୍ରି ସମୟରେ ଆଦୌ ସେବନ କରିବା ଉଚିତ୍ ନୁହେଁ ।