Odisha news

ଗବେଷକ ଙ୍କ ମତ : ଫ୍ରୋଜନ ଫୁଡ ଟାଣି ନେଇଥାଏ ଏହିସବୁ ଗମ୍ଭୀର ରୋଗ ଆଡକୁ

0

ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ମାନଙ୍କ ମଧ୍ୟରେ ଫ୍ରୋଜନ୍ ଖାଦ୍ୟ ସାମଗ୍ରୀ ଯେପରିକି ପନିପରିବା ଓ ଫଳମୂଳ ଅନେକ ଚାହିଦା ରହିଛି l ଲୋକେ ଅଧିକ ପରିଶ୍ରମ ନକରିବା ପାଇଁ ଏହିସବୁ ଫ୍ରୋଜନ୍ ଜିନିଷ କୁ ବ୍ୟବହାର କରି ଥାଆନ୍ତି l ସେମାନଙ୍କର ଧାରଣା ରହିଥାଏ ଯେ ଫ୍ରୋଜନ୍ ଜିନିଷ ଶରୀର ପକ୍ଷରେ ଅଧିକ ହିତକର ହୋଇଥାଏ l କାହିଁକି ନା ଏହାକୁ ଫ୍ରିଜ ରେ ରଖି ଦୀର୍ଘ ଦିନ ଧରି ରଖି ବ୍ୟବହାର କରି ହୋଇଥାଏ l

କାହିଁକି ନା ବ୍ୟସ୍ତ ବହୁଳ ଜୀବନ ରେ ଫଳ ହେଉ କିମ୍ବା ପନିପରିବା କାଟିବା ପାଇଁ ସମୟ ର ଆବଶ୍ୟକତା ହୋଇଥାଏ l କିନ୍ତୁ ଫ୍ରୋଜନ୍ ଖାଦ୍ୟ କୁ ଗରମ କରି ତୁରନ୍ତ ଖାଇ ହୋଇଥାଏ l କିନ୍ତୁ ଏହିସବୁ ଫ୍ରୋଜନ୍ ଜିନିଷ ଧୀରେ ଧୀରେ ମଣିଷ କୁ ରୋଗ ଗ୍ରସ୍ତ କରି ଦେଇଥାଏ ଯାହାକି ସେ ଜାଣିପାରି ନଥାଏ l

ଫ୍ରୋଜନ୍ ଫୁଡ କଣ ?
ଫ୍ରୋଜନ୍ ଫୁଡ ରେ ସେହିସବୁ ଖାଦ୍ୟ ସାମିଲ ରହିଥାଏ, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟୋର କରି ରଖି ହୋଇଥାଏ, ଯାହାକି ସେହି ସମୟରେ ଉପଲବ୍ଧ ହୋଇ ନଥାଏ l ଯେଭଳି ବିଶେଷ ଭାବରେ ବ୍ରକୋଲି , ମଟର , ଭେଣ୍ଡି ଓ ବିଭିନ୍ନ ପ୍ରକାରର ଛୁଇଁ କୁ ଫ୍ରୋଜନ୍ ମାଧ୍ୟମରେ ଦୀର୍ଘ ଦିନ ଧରି ଷ୍ଟୋର କରି ରଖାଯାଇ ଥାଏ l ଏହାଛଡା ରେଡି ଟୁ ଇଟ ଭଳି ଖାଦ୍ୟ ଯେପରିକି ମାଛ ତରକାରୀ, ଅଣ୍ଡା ତରକାରୀ ଇତ୍ୟାଦି ମଧ୍ୟ ମିଳିଥାଏ, ଯାହାକୁ ଜଣେ ବ୍ୟକ୍ତି କେବଳ ଗରମ କରି ଖାଏ l ଆଜିକାଲି ଆଉ ମସଲା ବାଟିବାକୁ ମଧ୍ୟ ପଡୁ ନାହିଁ l ବଜାରରେ ଫ୍ରୋଜନ୍ ର ମସଲା ବଟା ମଧ୍ୟ ଉପଲବ୍ଧ ହେଉଛି l ଏହା ସବୁ ଏଭଳି ଖାଦ୍ୟ ସାମଗ୍ରୀ ଯାହାକୁ ଭବିଷ୍ୟତ ପାଇଁ ସଂରକ୍ଷିତ କରି ରଖିବା ପାଇଁ ପ୍ରିଜାର୍ଭ ଭେଟିବ ର ବ୍ୟବହାର ହୋଇଥାଏ l

– ଏହା ଆମେ ସମସ୍ତେ ଜାଣିଛୁ ଯେ ଘରେ ପ୍ରସ୍ତୁତ ହେଉଥିବା ଗରମା ଗରମ ଖାଦ୍ୟ ପୋଷାକ ତତ୍ତ୍ୱରେ ସମ୍ପନ୍ନ ହୋଇଥାଏ l କିନ୍ତୁ ଫ୍ରୋଜନ୍ ଫୁଡ ରେ ପୋଷାକ ତତ୍ତ୍ୱରେ ଭରପୁର ମାତ୍ରାରେ ମିଳିନଥାଏ l

– ଗବେଷକ ଙ୍କ ମତରେ କୁହାଯାଇଛି ଯେ ଫ୍ରୀଜିଙ୍ଗ ପ୍ରୋସେସ ରେ ଖାଦ୍ୟ ର ନ୍ୟୁଟ୍ରିସନ ଭାଲ୍ୟୁ ଖୁବ କମି ଯାଇଥାଏ l ତେଣୁ ଏହାକୁ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର ନୁହେଁ l

– ଫ୍ରୋଜନ୍ ଫୁଡ ପ୍ୟାକିଙ୍ଗ ସମୟରେ ନିଜର ଭିଟାମିନ ସି ଗୁଣ ହ୍ରାସ କରିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ l ତେଣୁ ଫ୍ରୋଜନ୍ ଫୁଡ ସେବନ କରିବା ଉଚିତ ନୁହେଁ l

– ଫ୍ରୋଜନ୍ ଫୁଡ ଅଧିକ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ l ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ l ଗ୍ୟାସ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ l ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ହୋଇଥାଏ l

Govt
Leave A Reply