Odisha news

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ଓ ଭାଉଜ କରୋନା ଆକ୍ରାନ୍ତ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ଓ ଭାଉଜ କରୋନା ଆକ୍ରାନ୍ତ ହୋଇଛନ୍ତି | ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳା (ସିଏବି) ର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଏବଂ ଶ୍ୱଶୁର ମଧ୍ୟ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିଲେ। ତେବେ କରୋନା ଲକ୍ଷଣ ଦେଖା ଯିବା ପରେ ୪ଜଣଙ୍କୁ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି |

ଚାରିଜଣଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା | ରିପୋର୍ଟ ପଜିଟିଭ ଆସିବା ପରେ ୪ଜଣଙ୍କୁ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି | ଏବେ ୪ଜଣଙ୍କ ଅବସ୍ଥା ସ୍ଥିର ଥିବା ସହ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଡିସଚାର୍ଜ କରାଯିବ ବୋଲି ନର୍ସିଂହୋମ ପକ୍ଷରୁ କୁହାଯାଇଛି |

Leave A Reply