ଭୁବନେଶ୍ୱର: କରୋନା ଭାଇରସ୍ ନେଇ ସମଗ୍ର ବିଶ୍ୱରେ ହାହାକାର ଦେଖାଯାଇଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର ଆସିଛି। ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଏହା ସର୍ବାଧିକ ସୁସ୍ଥ ହୋଇଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
2 each from Kalahandi, Malkangiri and Sambalpur
1 each from Boudh, Jharsuguda and Sundergarh.
ଆଜି କଟକ ଜିଲ୍ଲାରୁ ସର୍ବାଧିକ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାରୁ ୫୪ ଜଣ, ଜଗତ୍ସିଂହପୁରରୁ ୨୦ ଜଣ, କନ୍ଧମାଳରୁ ୧୯ ଜଣ, ଗଂଜାମରୁ ୧୭ ଜଣ, ଭଦ୍ରକ ଓ ମୟୂରଭଂଜରୁ ୯ ଜଣ ଲେଖାଏଁ, କେନ୍ଦୁଝରରୁ ୮ ଜଣ, ଢେଙ୍କାନାଳ ଓ ପୁରୀରୁ ୭-୭ ଜଣ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪-୪ ଜଣ ସୁସ୍ଥ ହୋଇଛନ୍ତି।
The untiring efforts of our Covid Warriors has led to an all time high recovery of 237 Covid patients in a day!
We salute the dauntless spirit of our frontline workers
The total recovered cases of Odisha now stand at 3534.
ସେହିଭଳି କଳାହାଣ୍ଡି, ମାଲକାନଗିରି, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଗୋଟିଏ ଦିନରେ ୨୩୭ ଜଣ କରୋନା ରୋଗୀ ଭଲ ହେବା ରାଜ୍ୟବାସୀଙ୍କ ପାଇଁ ନିଶ୍ଚିତ ଭାବେ ଖୁସିର କଥା ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋରାନା ଯୋଦ୍ଧାଙ୍କୁ ପ୍ରଶଂସା କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨ ଲକ୍ଷ ୧୯ ହଜାର ୭୭୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୪୮୫୬ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୩ ହଜାର ୫୩୪ ଜଣ ସୁସ୍ଥ ହୋଇଛନ୍ତି।