ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ଅଗ୍ନିଶମ ଓ ଓଡ୍ରାଫ୍ଟ ବିଭାଗର ୧୮ଜଣ ଯବାନ ଆକ୍ରାନ୍ତ ଥିବା ଜଣାଯାଇଛି। ଏମାନେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାମ ସାରି ଓଡ଼ିଶା ଫେରିଥିଲେ।
I & PR Department, Odisha
✔@IPR_Odisha
COVID-19 REPORT FOR 19th JUNE
New positive cases: 179
In quarantine: 150
Local contacts: 29(Details of local contacts will be shared by concerned District Administration)
District Wise Cases
1. Khordha: 27
2. Angul: 6
3. Nawarangpur: 1
4. Jagatsinghpur: 4
5. Cuttack: 15
6. Bargarh: 2
7. Bhadrak: 5
8. Jajpur: 3
9. Malkangiri: 2
10. Rayagada: 5
11. Keonjhar: 18
12. Deogarh: 1
13. Ganjam: 57
14. Kendrapada: 5
15. Mayurbhanj: 10
16. NDRF/fire personnel: 18
(Returned from Amphan duty in WB)
ଏବେ ରାଜ୍ୟରେ ମୋଟ୍ ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪୩ ରହିଛି।
ଅପରପକ୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।