Odisha news

ସମଗ୍ର ଦେଶରେ ୩୯୫୦୪୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,୨୧୩୮୮୦ ଜଣ ସୁସ୍ଥ,୧୨୯୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

0

ନୂଆଦିଲ୍ଲୀ: ଜୁନ୍ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୯୫୦୪୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩୮୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୨୯୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୨୬୯ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୬ ଜଣ, ଆସାମରେ ୯ ଜଣ, ବିହାରରେ ୫୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୦ ଜଣ, ଦିଲ୍ଲୀରେ ୨୦୩୫ ଜଣ, ଗୁଜରାଟରେ ୧୬୧୮ ଜଣ, ହରିୟାଣାରେ ୧୪୪ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୭୫ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୨୪ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୯୫ ଜଣ, ମହାରାଷ୍ଟ୍ରରେ ୫୮୯୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୯୨ ଜଣ, ରାଜସ୍ଥାନରେ ୩୩୩ ଜଣ, ତାମିଲନାଡୁରେ ୬୬୬ ଜଣ, ତେଲେଙ୍ଗାନାରେ ୧୯୮ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୬ ଜଣ, ଉତ୍ତରପ୍ରଦେଶରେ ୪୮୮ ଜଣ ଏବଂ ପଶ୍ଚମବଙ୍ଗରେ ୫୨୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୫), ଆନ୍ଧ୍ରପ୍ରଦେଶ (୭୯୬୧), ଅରୁଣାଚଳ ପ୍ରଦେଶ (୧୦୩), ଆସାମ (୪୯୦୪), ବିହାର (୭୧୮୧), ଚଣ୍ଡିଗଡ଼ (୩୮୧), ଛତିଶଗଡ଼ (୨୦୨୮), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୬୨) ଜଣ, ଦିଲ୍ଲୀ (୫୩୧୧୬), ଗୋଆ (୭୨୫), ଗୁଜରାଟ (୨୬୧୪୧), ହରିୟାଣା (୯୭୪୩), ହିମାଚଳ ପ୍ରଦେଶ (୬୧୯), ଜମ୍ମୁ ଓ କଶ୍ମୀର (୫୬୮୦), ଝାଡ଼ଖଣ୍ଡ (୧୯୬୫) କର୍ଣ୍ଣାଟକ (୮୨୮୧), କେରଳ (୨୯୧୨), ଲଦାଖ (୭୪୪), ମଧ୍ୟପ୍ରଦେଶ (୧୧୫୮୨), ମହାରାଷ୍ଟ୍ର (୧୨୪୩୩୧), ମଣିପୁର (୬୮୧), ମେଘାଳୟ (୪୪), ମିଜୋରାମ (୧୩୦), ନାଗାଲାଣ୍ଡ (୧୯୮),  ଓଡ଼ିଶା (୪୬୭୭), ପୁଦ୍ଦୁଚେରୀ (୨୮୬), ପଞ୍ଜାବ (୩୮୩୨), ରାଜସ୍ଥାନ (୧୪୧୫୬), ସିକିମ୍ (୭୦), ତାମିଲନାଡୁ (୫୪୪୪୯), ତେଲେଙ୍ଗାନା (୬୫୨୬), ତ୍ରିପୁରା (୧୧୭୮), ଉତ୍ତରାଖଣ୍ଡ (୨୧୭୭), ଉତ୍ତରପ୍ରଦେଶ (୧୫୭୮୫) ଓ ପଶ୍ଚିମବଙ୍ଗ (୧୩୦୯୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୫), ଆନ୍ଧ୍ରପ୍ରଦେଶ (୩୯୧୭), ଅରୁଣାଚଳ ପ୍ରଦେଶ (୧୧), ଆସାମ (୩୦୩୯), ବିହାର (୫୦୯୮), ଚଣ୍ଡିଗଡ଼ (୩୧୫), ଛତିଶଗଡ଼ (୧୩୩୧), ଦାଦର ନଗର ହାୱେଲି (୧୪), ଦିଲ୍ଲୀ (୨୩୫୬୯), ଗୋଆ (୧୧୮), ଗୁଜରାଟ (୧୮୧୫୯), ହରିୟାଣା (୪୮୮୯), ହିମାଚଳ ପ୍ରଦେଶ (୩୮୮), ଜମ୍ମୁ ଓ କଶ୍ମୀର (୩୧୯୪), ଝାଡ଼ଖଣ୍ଡ (୧୩୩୨), କର୍ଣ୍ଣାଟକ (୫୨୧୦), କେରଳ (୧୫୧୧), ଲଦାଖ (୯୫), ମଧ୍ୟପ୍ରଦେଶ (୮୭୪୮), ମହାରାଷ୍ଟ୍ର (୬୨୭୭୩), ମଣିପୁର (୨୧୮), ମେଘାଳୟ (୩୩), ମିଜୋରାମ (୧) ନାଗାଲାଣ୍ଡ୍ (୧୨୫), ଓଡ଼ିଶା (୩୨୯୭), ପୁଦ୍ଦୁଚେରୀ (୧୧୮), ପଞ୍ଜାବ (୨୬୩୬), ରାଜସ୍ଥାନ (୧୦୯୯୭), ସିକିମ୍ (୫), ତାମିଲନାଡୁ (୩୦୨୭୧), ତେଲେଙ୍ଗାନା (୩୩୫୩), ତ୍ରିପୁରା (୬୫୭), ଉତ୍ତରାଖଣ୍ଡ (୧୪୩୩), ଉତ୍ତରପ୍ରଦେଶ (୯୬୩୮) ଓ ପଶ୍ଚିମବଙ୍ଗ (୭୩୦୩) ।

 

Leave A Reply