Odisha news

ଚତୁର୍ଥ ଦିନରେ ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ : ଖଣ୍ଡପଡ଼ାକୁ ହରାଇ ଗୋପାଳପୁର 3-1ଗୋଲ ରେ ବିଜୟୀ

0

ରଣପୁର, ୨୮/୧୨    : ରଣପୁର ବ୍ଲକ ଅନ୍ତର୍ଗତ  ଗୋପାଳପୁର ଠାରେ ଚାଲିଥିବା  ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଚତୁର୍ଥ ଦିନରେ ଗୋପାଳପୁର ଓ ଖଣ୍ଡପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି। ଏଥିରେ ଟ୍ରାଇ ବେକର ଜରିଆରେ ଗୋପାଳପୁର ୩ – ୧ ରେ ବିଜୟ ଲାଭ କରିଛି। ଆଜିର ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଚେୟାରମ୍ୟାନ ଶ୍ରୀମତୀ ରଙ୍ଗୀନ ମହାନ୍ତି, ବରିଷ୍ଠ ଆଇନଜୀବୀ ଗିରିଜକାନ୍ତ ମହାପାତ୍ର, ହସ୍ୟକବି ବ୍ରଜ ସୁବୁଦ୍ଧି ଯୋଗ ଦେଇଥିଲେ  | ସମାଜସେବୀ କ୍ରୀଷ୍ଣା ଦାସ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ସମାଜସେବୀ ସ୍ବରାଜ ମହାନ୍ତି,କିଶୋରଚନ୍ଦ୍ର ଭଞ୍ଜ, ଶରତ କୁମାର ମହାପାତ୍ର ଯୋଗ ଦେଇଥିଲେ | ଶିକ୍ଷକ ନେତା ଜ୍ୟୋତି ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ। ଏହି ଖେଳ ଦେଖିବା ପାଇଁ ଶହ ଶହ ଖେଳ ପ୍ରେମୀଙ୍କ ଭିଡ ଜମି ଥିଲା  |

Leave A Reply