Odisha news

୨୨ ତମ ମାର୍ଶଲ ଆକଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଠାକୁରମୁଣ୍ଡା ତା ୨୦/୦୯ (ସମୟ ବ୍ୟୁର) ଠାକୁରମୁଣ୍ଡା ବ୍ଲକ ଜମୁନାଳିଆ ଗ୍ରାମରେ ମାର୍ଶଲ ଆକଳା ଯୁବକ ସଙ୍ଘ ଅନୁକୂଲ୍ୟ ରେ  କୋଲ ଗୁରୁ ପଣ୍ଡିତ ଲାକ ବଦ୍ରା ଙ୍କ ୧୦୩ ତମ ଜନ୍ମ ଦିବସ ଅବସର ରେ ଜମୁନାଳିଆ ଫୁଟବଲ ପଡ଼ିଆ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦଯାପିତ ହୋଈ ଯାଇଛି।ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଟି.ଟି ଶରତ ଟିମ ସହ ଗାଡ଼ା ସାହି, କେଶଡ଼ିହା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ଟିଟି ଶରତ ବିଜୟୀ ହୋଇଥିଲା।ବିଜୟୀ ଟିଟି ଶରତ ଟିମ କୁ ୫୦ ହଜାର ଓ ରନର୍ସଅ ଗାଡା ସାହି ଟିମ କୁ ୪୦ ହଜାର ନଗଦ ଟଙ୍କା ପୁରସ୍କାର ଉପସ୍ଥିତ ଅତିଥି ମାନେ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଭାବରେ ପୋଲିସ ଇନ୍ସପେକ୍ଟର ଡମ୍ବରୁଧର ହନହଗା,ସଂମ୍ମାନୀତ ଅତିଥି ଭାବରେ ମାଣିକ ରାମ ବଦ୍ରା ଯୋଗ ଦେଇଥିଲେ।ଏହି ଅବସରରେ ସଙ୍ଘ ର ସଭାପତି ଗଣେଶ ଗାଗରାଇ, ସମେତ ଚିତ୍ତରଞ୍ଜନ ବନ୍ଦୀଆ, ମୁକେଶ ସମାଡ଼,ବିରେନ୍ଦ୍ର କେରାଇ,କୃଷ୍ଣ କେରାଇ,ଗୌରାଙ୍ଗ ବନ୍ଦୀଆ ଉପସ୍ଥିତ ଥିଲେ।ମାଣିକ ରାମ କେରାଇ ଖେଳ ରେ ଧାରା ବିବରଣୀ ପ୍ରଦାନ କରିଥିଲେ।.

Leave A Reply