ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କର ତଳିପାଦ ଓ ଗୋଇଠି ଯନ୍ତ୍ରଣା ଦେଖିବାକୁ ମିଳୁଛି l ଏହା ବିଶେଷ ଭାବରେ ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ଅନୁଭବ ହୋଇଥାଏ l ଏହି ସମସ୍ୟା ପୂର୍ବରୁ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା l କିନ୍ତୁ ଆଜିକାଲି ଏହା ସମସ୍ତ ଆୟୁ ବର୍ଗର ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି l ଆମେ ତ ଏଥିପାଇଁ ନିୟମିତ ଔଷଧ ସେବନ କରିବା ମଧ୍ୟ ଠିକ ନୁହେଁ l ତେଣୁ କିଛିଟା ଘରୋଇ ଉପାୟ ଦ୍ୱାରା ଏହିସବୁ ସମସ୍ୟାରୁ ନିଜକୁ ସୁସ୍ଥ ରଖିହେବ l
* ସୋରିଷ ତେଲ ମାଲିସ –
ପାଦରେ ଯନ୍ତ୍ରଣା ହେବାର ସବୁଠୁ ଭଲ ଉପାୟ ହେଉଛି ମାଲିସ l ମାଲିସ ଦ୍ୱାରା ଶରୀରକୁ ଆରାମ ମିଳିଥାଏ l ସୋରିଷ ତେଲରେ ଏପରି ତତ୍ୱ ରହିଥାଏ ଯାହା ପାଦ ଯନ୍ତ୍ରଣାରୁ ଆରାମ ଦେଇଥାଏ l ସେଥିପାଇଁ ସୋରିଷ ତେଲକୁ ଉଷୁମ କରି ପାଦକୁ ପ୍ରତିଦିନ ମାଲିସ କରିବା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ l
* ମେଥି ପାଣି –
ପାଦ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଆପଣ ମେଥିର ବ୍ୟବହାର କରି ପାରିବେ l ମେଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି l ଯାହା ଯନ୍ତ୍ରଣାକୁ ଦୂର କରିଥାଏ l ପ୍ରତିଦିନ ରାତିରେ ପାଣିରେ ମେଥି ବତୁରାଈ ସବୁଦିନ ସକାଳୁ ଏହାକୁ ସେବନ କରିବା ଦ୍ୱାରା ଯନ୍ତ୍ରଣା ରୁ ଆରାମ ମିଳିଥାଏ l
* ଆପେଲ ସାଇଡ଼ର ଭିନେଗାର –
ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଆପେଲ ସାଇଡ଼ର ଭିନେଗାର ର ବ୍ୟବହାର କରନ୍ତୁ l ଏଥିରେ ଅନଲଜେସୀକ ନାମକ ତତ୍ୱ ରହିଛି l ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ କପ ଉଷୁମ ପାଣିରେ ୨ ଚାମଚ ଆପେଲ ସାଇଡ଼ର ଭିନେଗାର ସେବନ କରନ୍ତୁ l
* ହଟ ଏଣ୍ଡ କୋଲ୍ଡ କମ୍ପ୍ରେସର –
ଏହି ଚିକିତ୍ସା ପାଇଁ ଆପଣ ଉଷୁମ ପାଣିରେ ପାଦକୁ ବୁଡାଇ ରଖିବେ ଓ ଏହାପରେ ତୁରନ୍ତ ଥଣ୍ଡା ପାଣିରେ ବୁଡା଼ଇବେ l ଏହି ପଦ୍ଧତି ଦ୍ୱାରା ମଧ୍ୟ ଆରାମ ମିଳିବ l