Odisha news

କରୋନା ସଂକ୍ରମଣ (କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପ୍ରସ୍ତାବ

0

ରାଜ୍ୟରେ କରୋନା ଭୂତାଣୁ (କୋଭିଡ୍‌-୧୯)କୁ ରୋକିବାଓ ସଂକ୍ରମିତ ରୋଗୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ସ୍ଥାପନ କରାଯାଇପାରିଲେ କରୋନା ସଂକ୍ରମଣକୁ ସହଜରେ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରର ଜୟଦେବ ବିହାର ନିକଟରେ ହସ୍‌ପିଟାଲ୍‌ର ସମସ୍ତ ସୁବିଧା ଥାଇ ବନ୍ଦ ହୋଇ ପଡ଼ିଥିବା ଏକ ବହୁତଳ କୋଠାକୁ ସହଜରେ ଏକ ପୂର୍ଣ୍ଣାଙ୍ଗ କୋଭିଡ୍‌ ହସ୍‌ପିଟାଲ୍‌ରେ ପରିଣତ କରାଯାଇପାରିବ ବୋଲି ଶ୍ରୀ ସ୍ୱାଇଁ ପ୍ରସ୍ତାବ ଦେଇଛନ୍ତି ।

କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶୀ୍ର ସ୍ୱାଇଁ ଆଶାପ୍ରକ ଟ କରିଛନ୍ତି । ଏହା ଦ୍ୱାରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

Leave A Reply