Odisha news

ଘରୋଇ ରନ୍ଧନ ଗ୍ୟାସ ପରିବହନ ଓ ବିତରଣ ଅତ୍ୟାବଶ୍ୟକ ସେବା ଭାବରେ ଲକ୍‍ ଡାଉନ୍‍ କଟକଣାମୁକ୍ତ

0

ଭୁବନେଶ୍ୱର : ଘରୋଇ ରନ୍ଧନ ଗ୍ୟାସ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଯୋଗାଣ ଓ ପରିବହନକୁ ଏକ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‍୧୯)ର ମୁକାବିଲା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‍ ଡାଉନ୍‍ (ତାଲାବନ୍ଦ) ଜାରି କରାଯାଇଥିଲେ ହେଁ ଘରୋଇ ରନ୍ଧନ ଗ୍ୟାସ ପରିବହନ, ଯୋଗାଣ ଓ ବିତରଣକୁ କୌଣସି ପ୍ରକାର କଟକଣାରୁ ମୁକ୍ତ ରଖାଯାଇଛିା ଏଲ୍‍ପିଜି ଆଉଟ୍‍ଲେଟ୍‍ଗୁଡ଼ିକୁ ଘରୋଇ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ପରିବହନ ଓ ଯୋଗାଣ ଏବଂ ଖାଉଟିମାନଙ୍କୁ ଘର ନିକଟରେ ଏହାର ବିତରଣକୁ ସୁନିଶ୍ଚିତ କରିବା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛିା ପୋଲିସ୍‍ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ଅଧିକାରୀ ଏବଂ ତୈଳ କମ୍ପାନୀଗୁଡ଼ିକୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛିା ଆଇ.ଓସି.ଏଲ୍‍, ବି.ପି.ସି.ଏଲ୍‍ ଏବଂ ଏଚ୍‍.ପି.ସି.ଏଲ୍‍ କମ୍ପାନୀମାନଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ସମସ୍ତ ଏଲ୍‍.ପି.ଜି ଆଉଟ୍‍ଲେଟ୍‍ଗୁଡ଼ିକ ସ୍ୱାଭାବିକ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା

Leave A Reply