Odisha news

କରୋନା ଭାଇରସ କୁ ରୋକିବା ପାଇଁ ଗ୍ରାମାଞ୍ଚଳ ର ଯୁବ ଗୋଷ୍ଠୀ ଏକ ହେଲେ।

0
ବୋରିଗୁମ୍ମା — କରୋନା ଭାଇରସ କୁ ସାରା ବିଶ୍ୱ ଏବେ ଆତଙ୍କିତ। ଲକ ଡାଉନ ସହ ସାମାଜିକ ଦୂରତ୍ୱ କରୋନା ଭାଇରସ କୁ ରୋକିବାକୁ ଏକ ମାତ୍ର ବିକଳ୍ପ। ଏହି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ଏକଜୁଟ। ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସସାହାଣ୍ଡି ଅଞ୍ଚଳରେ। ଯେଉଁଠି ଯୁବ ଗୋଷ୍ଠୀ ଏକ ହୋଇ ସମସ୍ତ ରାସ୍ତା କୁ ସିଲ କରିଛନ୍ତି। ପ୍ରଥମେ କାମାକ୍ଷାନଗର ରୁ ଆସିଥିବା ଦୁଇଜଣ ଙ୍କୁ ହୋମ କ୍ଵରେଣ୍ଟଇନ ରେ ୧୪ ଦିନ ପାଇଁ ରଖିଛନ୍ତି। ସେହିଭଳି ସସାହାଣ୍ଡି ରୁ ସାନପରିଆ ,ନବରଙ୍ଗପୁର କୁ ସଂଯୋଗ କରୁଥିବା ରାସ୍ତା କୁ ଯୁବ ଗୋଷ୍ଠୀ ସିଲ କରିଛନ୍ତି। କୌଣସି ଗାଡି କୁ ଛାଡୁ ନାହାନ୍ତି। ସେହିଭଳି ସକାଳ ୭ ରୁ ୧୧ ଟା ମଧ୍ୟରେ ଅତ୍ୟାବଶକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲେ ସସାହାଣ୍ଡି ଯୁବ ଗୋଷ୍ଠୀ। ଦିନ ୧୧ ଟା ପରେ କୌଣସି ଦୋକାନ ବଜାର ଖୋଲୁ ନାହିଁ। ସସାହାଣ୍ଡି ସମେତ ଗ୍ରାମାଞ୍ଚଳ ଗ୍ରାମ ଗଜିଆଗୁଡା, ପୂଜାରିଗୁଡା, ବୈରାଗୀପଦର, ବାମୁନିଆଗୁଡା, ନୂଆଗାଁ, ଡାବାଗାଁ,ଧୁଡୁସାପଲ୍ଲା ସମ୍ପୂର୍ଣ୍ଣ ରୂପେ ଲକ ଡାଉନ ରହିଛି। ଗ୍ରାମାଞ୍ଚଳ ର ସମସ୍ତ ଲୋକମାନେ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଇଛନ୍ତି।ସସାହାଣ୍ଡି ର ଦିବ୍ୟଲୋଚନ ପ୍ରଧାନ ,ନାଲା ସୁବାସ, ଚନ୍ଦନ ନାୟକ, ରାଜେଶ ପ୍ରଧାନ, ପ୍ରଶାନ୍ତ ନାୟକ, ବାପି, ହେପି,ପୂର୍ବତନ ସରପଞ୍ଚ ବଳରାମ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply