Odisha news

ମାନସିକ ଚାପ ହ୍ରାସ କରି ମନକୁ ଶାନ୍ତ ରଖିଥାଏ ସତେଜ ଫୁଲ

0

କିଛି ଲୋକଙ୍କର କେବଳ ଧାରଣା ରହିଛି ଯେ କେବଳ ଶାରୀରିକ ଭାବରେ ସୁସ୍ଥ ରହିବା ହେଉଛି ପ୍ରକୃତ ସୁସ୍ଥ ରହିବା l ଆମେ ଅନେକ ସମୟରେ କିଛିଟା ସମସ୍ୟାକୁ ଦେଖି ଅଣଦେଖା କରିଦେଇ ଥାଉ l ସବୁଠୁ ଗୁରୁତ୍ୱପୂର୍ଣ ହେଲା ମଣିଷ ମାନସିକ ସ୍ତରରେ ସୁସ୍ଥ ରହିବା l ମଣିଷ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ନିଜେ ନିଜେ ଚେଷ୍ଟା କରିବା ଜରୁରୀ l

– କିଛିଲୋକ ଚିନ୍ତା କରି ଥାଆନ୍ତି ଯେ ମେଣ୍ଟାଲ ହେଲଥ ପାଇଁ ଏକାକୀ ରହିବା ଗୋଟିଏ ସଲ୍ୟୁସନ l କିନ୍ତୁ ଏହା ଠିକ ନୁହେଁ, ଜଣେ ବ୍ୟକ୍ତି ଯେତେ ଅଧିକ ଅନ୍ୟମାନଙ୍କ ସହିତ ମିଶିଥାଏ, ସେତେ ଅଧିକ ଟେନ୍ସନ ଫ୍ରି ହୋଇଥାଏ l ଏବଂ ମନ ଖୁସି ଅଧିକ ରହିଥାଏ l

– ନିୟମିତ ର ଫିଜିକାଲ ଆକ୍ଟିଭିଟି ମଣିଷ ମଧ୍ୟରେ ପଜିଟିଭ ଏନର୍ଜି ଭରିଥାଏ l ମାନସିକ ଚାପ ଦୁରେଇ ଯାଇଥାଏ ଓ ଭଲ ନିଦ ହୋଇଥାଏ l ତେଣୁ ଯେଉଁମାନେ ମାନସିକ ଚାପ ଦେଇ ଗତି କରୁଛନ୍ତି ତେବେ ନିୟମିତ ୩୦ ମିନିଟ ଫିଜିକାଲ ଆକ୍ଟିଭିଟି କରିବା ଜରୁରୀ l

– ଯଦି ଆପଣ ନିଜ ଜୀବନ ରେ ସବୁକିଛି ପାଇ ସାରିଛନ୍ତି ବୋଲି ଭାବୁଛନ୍ତି, ତେବେ ଏହା ଭୁଲ ଅଟେ l ନିଜ ମନର କଣ ଆଉ ଇଛା ରହିଛି ତାହାକୁ କରିବାକୁ ଚେଷ୍ଟା କରନ୍ତୁ l ପ୍ରତିଦିନ ନିଜର ନୂଆ ନୂଆ ଗୋଲ ଖୋଜନ୍ତୁ l

– ଯଦି ଆପଣ ନିଦ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ନିଜ ଜୀବନଶୈଳୀ ରେ ନୂଆ ନୂଆ ଉପାୟ ଶାମିଲ କରନ୍ତୁ, ଯେପରିକି ବହି ପଢିବା, ଗୀତ ଶୁଣିବା, ଇତ୍ୟାଦି l

– ସର୍ବଦା ବର୍ତମାନ କୁ ନେଇ ବଞ୍ଚନ୍ତୁ, ଯେତେ ଅଧିକ ଭବିଷ୍ୟତ କଥା ଚିନ୍ତା କରିବେ ସେତେ ଅଧିକ ମାନସିକ ସ୍ତରରେ ଭାରାକ୍ରାନ୍ତ ହେବେ l

– ମଣିଷ ଅନ୍ୟ ପ୍ରତି ଯେତିକି ସମ୍ବେଦନଶୀଳ ହେଉଛି ସେତେ ଅଧିକ ନିଜ ପ୍ରତି ମଧ୍ୟ ସମ୍ବେଦନଶୀଳ ହେବା ଜରୁରୀ l ନିଜକୁ ଖୁସି ରଖିବା ମଧ୍ୟ ଆବଶ୍ୟକ l ନିଜ ଘରେ ଫୁଲ ସଜାନ୍ତୁ, ଗାର୍ଡେନିଂ କରନ୍ତୁ l ସୁଗନ୍ଧିତ ଫୁଲ ମନରେ ସକାରାତ୍ମକ ଭାବନା ବଢ଼ାଇଥାଏ l

Leave A Reply