ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅନ୍ତର୍ଗତ କାହାଳିଆ ଗ୍ରାମର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ଉପାଧ୍ୟାୟଙ୍କ ବାଡ଼ିରେ ପୁଣି ୨ଟି ସ୍ୱର୍ଗର ପାରିଜାତ ବା ବ୍ରହ୍ମକମଳ ଫୁଲ ଫୁଟିଥିଲା ।
ପରିବାର ଲୋକେ ଏହାକୁ ଦେଖି ବହୁତ ଖୁସିହେବା ସହ ଫୁଲ ଦୁଇଟିକୁ ନେଇ ନୀଳଗିରି ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି ।
ଶ୍ରୀ ଉପାଧ୍ୟାୟଙ୍କ ବାଡ଼ିରେ ବ୍ରହ୍ମକମଳ ଫୁଲ ଫୁଟିବା ଘଟଣା ତାଙ୍କ ପରିବାର ଉପରେ ଜଗନ୍ନାଥ ମହାପ୍ରଭୁଙ୍କ କୃପାଦୃଷ୍ଟି ପଡ଼ିଛି ବୋଲି ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି