Odisha news

୫୦୦ ଟଙ୍କାର ନୋଟ କୁ ନେଇ ଆସୁଛି ବଡ ଖବର ! ଯଦି ଆପଣଙ୍କ ନିକଟରେ ମଧ୍ୟ ଅଛି ଏହିଭଳି ନୋଟ ତେବେ ଜାଣନ୍ତୁ କଣ କରିବେ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ନୋଟ ବନ୍ଦୀ ପରେ ପ୍ରାୟ ସବୁବେଳେ ବିଭିନ୍ନ ନୂଆ ଖବର ନୋଟ କୁ ନେଇ ଆସୁଛି l ଆଜି ୫୦୦ ଟଙ୍କାର ନୋଟ କୁ ନେଇ ବଡ ଖବର ସାମ୍ନାକୁ ଆସିଛି l ଯେଉଁଥିରେ କୁହାଯାଇଛି ଯେ ଯଦି ଆପଣଙ୍କ ନିକଟରେ ରହିଛି ଏହିଭଳି ୫୦୦ ଟଙ୍କିଆ ନୋଟ ଅଛି ସେମାନେ ହୋଇ ଯାଆନ୍ତୁ ସାବଧାନ l

ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରଲ ହେବାରେ ଲାଗିଛି l ଯେଉଁ ଭିଡିଓ ଟିରେ ଦୁଇଟି ୫୦୦ ନୋଟ ମଧ୍ୟରେ ପାର୍ଥକ୍ୟ କୁହ ଯାଉଛି l ଏହି ଭିଡିଓ ରେ ଗୋଟିଏ ଠିକ ନୋଟ ଦେଖା ଯାଉଛି ଓ ଅନ୍ୟ ଗୋଟିଏ ନୋଟ କୁ ନକଲି କୁହ ଯାଉଛି l

ଏହି ଭିଡଓ କୁ ପିଆଇବି ପାଖରୁ ଯାଞ୍ଚ ହୋଇଥିଲା l ଏହାପରେ ପିଆଇବି ନିଜ ଟୁଇଟର ଆକାଉଣ୍ଟ ରେ ଲେଖିଛନ୍ତିଯେ ” ଏହି ଭିଡିଓ ରେ ଏହା କୁହ ଯାଉଛି ଯେ ପାଞ୍ଚଶହ ଟଙ୍କାର ଏପରି କୌଣସି ନୋଟ ନେବା ଉଚିତ ନୁହେଁ, ଯେଉଁଥିରେ ସବୁଜ ରଙ୍ଗର ଲାଇନ ଅରବିଆଇ ଗଭର୍ନର ଙ୍କ ହସ୍ତାକ୍ଷର ନିକଟରେ ନଥାଇ ଗାନ୍ଧିଜୀଙ୍କ ଫଟୋ ନିକଟରେ ରହିଛି l ”

ଆରବିଆଇ ଦେଇଥିବା ସୂଚନା ଅନୁସାରେ ଉଭୟ ପ୍ରକାରର ୫୦୦ ଟଙ୍କା ନୋଟ ମାନ୍ୟ ଅଟେ l ଆପଣ ଏହିଭଳି କୌଣସି ମିଥ୍ୟା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ l ଏହା ଏକ ପ୍ରକାରର ହଇରାଣ କରିବାର ମାଧ୍ୟମ ଅଟେ l ତେଣୁ ଏଥିପ୍ରତି ଜନସାଧାରଣ ଙ୍କୁ ସଚେତନ ରହିବାକୁ ପଡିବ l

Leave A Reply